କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଜମ୍ବୁ ଗ୍ରାମପଂଚାୟତରେ ଥିଵା ରାମ ପ୍ରସାଦ ଉଚ୍ଚ ବିଦ୍ୟାଳୟର ଅବସ୍ଥା ଏବେ ପୁରା ସଙ୍ଗୀନ । ଆଖପାଖ ଅଞ୍ଚଳର ୩୦୦ ରୁ ଉର୍ଦ୍ଧ୍ଵ ପିଲା ଶିକ୍ଷା ପାଇଁ ଏହି ଵିଦ୍ୟାଳୟ ଉପରେ ନିର୍ଭର କରନ୍ତି । ବିଗତ କିଛିଦିନ ତଳେ ସ୍କୁଲର ରୂପାନ୍ତୀକରଣ ହୋଇଥିଲା । ମାତ୍ର ଉନ୍ନତୀ ନାଁରେ ସ୍କୁଲ ପରିସରରେ ରଙ୍ଗ ଵୋଳି ଠିକାଦାର ଛୁ । ଏପଟେ ପାଣି କାଦୁଅରେ ଜୁଡୁଵୁଡୁ ହୋଇ ପାଠ ପଢୁଛନ୍ତି ପିଲା । ଵର୍ଷର ଵାକି ଦିନ ମାନଙ୍କରେ କଷ୍ଟେମଷ୍ଟେ ପାଠପଢା ଚାଲିଥିଵା ଵେଳେ, ଵର୍ଷା ଦିନରେ ସ୍କୁଲ ପ୍ରାଙ୍ଗଣ ସୃଷ୍ଟି କରୁଛି ପୋଖରୀର ଭ୍ରମ । ହେଲେ ସେହି ପାଣି ଭିତରେ ପଶି ପିଲାଏ ଯାଉଛନ୍ତି ସ୍କୁଲ ।
କିଛିଦିନ ପୂର୍ବରୁ ଏହି ବିଦ୍ୟାଳୟର ପରିଵେଶକୁ ସ୍ଵଚ୍ଛ ଓ ନିର୍ମଳ କରିଵା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ମାତ୍ର ତାପରେ ଗଛ କଥା ଭୁଲିଗଲେ ସମସ୍ତେ। ଏବେ ଲଗାଣ ଵର୍ଷାରେ ଗଛ ଗୁଡିକ ପଚି ନଷ୍ଟ ହୋଇ ଗଲାଣି । ବିଦ୍ୟାଳୟର ରୋଷେଇ ଘର ଭିତରେ ପାଣି ପଶି କାଦୁଅ ପଚପଚ ହୋଇଯାଉଛି । ଫଳରେ ମଧ୍ୟନ ଭୋଜନ ପ୍ରସ୍ତୁତିରେ ସମାସ୍ୟ ସୃଷ୍ଟି ହେଉଥିବା କହିଛନ୍ତି ପାଚିକା । ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମିର ବିକାଶ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଏହାର ସଠିକ ଭାବେ ବିନିଯୋଗ ହେଉ ନଥିବାରୁ ବଦଳୁନି ସ୍କୁଲର ଚିତ୍ର।
(ମହାକାଳପଡ଼ାରୁ ଶ୍ରୀମନ୍ତ ପାହାଡ଼ିଙ୍କ ରିପୋର୍ଟ)