ଚାରି ବର୍ଷ ପୂର୍ବରୁ ହଠାତ୍ ଜାମୁଘାଟର ପୋଲ ଦବିଗଲା । ନୂତନ ପୋଲ ନିର୍ମାଣ ନେଇ ଆରମ୍ଭ ହେଲା କାର୍ଯ୍ୟ। ଆଉ ଲୋକଙ୍କ ଯିବା ଆସିବା ପାଇଁ ହୋମପାଇପ୍ ପକାଇ ଗୋଟିଏ ଅସ୍ଥାୟୀ ପୋଲ ନିର୍ମାଣ କରାଗଲା । ହେଲେ ପୋଲଟି ଅତି ତଳିଆ ହୋଇଥିବାରୁ ବର୍ଷାଦିଲେ ଏହା ଉପରେ ପାଣିର ପ୍ରବଳ ସ୍ରୋତ ଚାଲେ । ଗତ ଜୁଲାଇ ୨୧ ତାରିଖରେ ଏହି ନଦୀ ପାର ହେଉଥିବା ବେଳେ ଜଣେ ବ୍ୟକ୍ତି ଭାସିଯାଇଥିଲେ ଏବଂ ପରେ ସ୍ଥାନୀୟ ମତ୍ସ୍ୟଜୀବିଙ୍କ ଦ୍ୱାରା ସେ ଉଦ୍ଧାର ହୋଇଥିଲେ । ସେହିପରି ଗତ ୯ ତାରିଖରେ ଏହି ପୋଲ ପାର ହେଉଥିବା ବେଳେ ନଦୀ ସୁଅରେ ବାଇକ୍ ସହ ଫସିଥିଲେ ୩ ଯୁବକ । ଅଳ୍ପକେ ବଡ ବିପଦରୁ ବଂଚିଥିଲେ । ଖାଲି ସେତିକି ନୁହେଁ, ତାହାର ଦୁଇ ଦିନ ପରେ ଅନ୍ୟ ଜଣେ ଯୁବକ ବାଇକ୍ ସହ ଭାସିଥିବା ବେଳେ ନିଜେ ଜୀବନ ବଂଚାଇ ଫେରିଥିଲେ ସୁଦ୍ଧା ଆଉ ବାଇକ୍ ଟିକୁ ପାଇନଥିଲେ । ତେବେ ଏ ବାବଦରେ ପୂର୍ତ ବିଭାଗ ଯନ୍ତ୍ରୀ ବା ଏସଡିଓ କେହି ବି କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ।
ଅସ୍ଥାୟୀ ପୋଲ ଏବେ ନଦୀ ସୁଅରେ ବୁଡି ରହି ପୁରା ଭାଙ୍ଗିବା ଅବସ୍ଥାକୁ ଆସିଲାଣି । ତଥାପି ଏହା ଏକ ମାତ୍ର ରାସ୍ତା ହୋଇଥିବାରୁ ଲୋକେ ବାଧ୍ୟ ହୋଇ ନିଜ ଜୀବନକୁ ପାଣି ଛଡ଼େଇ ଯାଆସ କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲଵା କେବେ ପ୍ରଶାସନ ଏ ସମସ୍ୟାର ସମାଧାନ କରୁଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: