ଅର୍ଗସ ବ୍ୟୁରୋ: ଖାଲଖମାରେ ଭର୍ତ୍ତି ପୁରା ରାସ୍ତା। ଅବସ୍ଥା ଏମିତି ଯେ କଉଁଠି ରାସ୍ତାରେ ପାଣି ଛିଡ଼ା ହୋଇଛି ତ କୋଉଁଠି ପାଣି ଚାଲିଛି । ବିପଦପୂର୍ଣ୍ଣ ରାସ୍ତାରେ ନିଇତି ନିଜ ଜୀବନକୁ ପାଣି ଛଡ଼ାଇ ଯିବା ଆସିବା କରୁଛନ୍ତି ଲୋକେ। ଛୋଟ ଛୋଟ ପିଲାମାନେ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟାଳୟକୁ ଯିବାଆସିବା କରୁଛନ୍ତି। ରାସ୍ତାର ଅବସ୍ଥା ଶୋଚନୀୟ। ନିଇତି ଏହି ଖାଲଖମା ରାସ୍ତା ଦେଇ ଯାତାୟତ କରୁଛନ୍ତି ସହ ସହ ଲୋକ। କେଉଁଠି ପୋଲ ଭାଙ୍ଗି ଯାଇଛି ତ କେଉଁଠି ବର୍ଷା ପାଣିରେ ଖାଲ ଢିପ ହୋଇଛି। କେନାଲରେ ଯେପରି ପାଣି ବହେ ସେମିତି ରାସ୍ତାରେ ପାଣି ବହୁଛି। ଏ ଚିତ୍ର ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଭାଲୁବାସା ଗ୍ରାମପଞ୍ଚାୟତ ନାଗଭଣ ଗ୍ରାମର । ଏହି ରାସ୍ତା ହିଁ ବୟାନ କରୁଛି ୨୩ ବର୍ଷ ସ୍ଥାୟୀ ସରକାରର ଅସଲ ବିକାଶର କଥା।
ଭାଲୁବାସା ରାସ୍ତା ଠାରୁ ଭୂଟୁକାବାଦୀ , ଚାରି କିଲୋମିଟର ରାସ୍ତାର ଅବସ୍ଥା ଏପରି । ଏହି ରାସ୍ତା ଦେଇ ନାଗଭଣ, ଭୁଟୁକାବାଦି ଓ ନାକି ଭଳି ତିନୋଟି ଗ୍ରାମର 6 ଶହରୁ ଉର୍ଦ୍ଧ୍ବ ପରିବାର ନୀତିଦୀନ ଯାତାୟାତ କରୁଥିବା ବେଳେ ଛୋଟ ପିଲାମାନେ ସ୍କୁଲ କଲେଜ ଯିବା ଆସିବା କରନ୍ତି। ରୋଗୀଙ୍କୁ ଡ଼ାକ୍ତରଖାନା ନେବା ସମ୍ଭବ ହେଉନଥିବା ଏବଂ ଆମ୍ବୁଲାନ୍ସ ଗ୍ରାମକୁ ଆସି ପାରୁ ନଥିବାରୁ ଗ୍ରାମ ବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: