ଯଦି ସରକାର ନିଜ ଅହଙ୍କାର ଭୁଲି ଓଡିଆ ଲୋଙ୍କକ ପ୍ରଗତି ପାଇଁ ଆଗେଇ ଆସିବା ସହ ମିଳୁଥିବା ଏହି ପର୍ଯ୍ୟାପ୍ତ ଅର୍ଥକୁ ଖର୍ଚ୍ଚ କରିପାରନ୍ତେ ତେବେ ଆହୁରି ଅଧିକ ଅର୍ଥ ଓଡିଶାକୁ ମିଳନ୍ତା ବୋଲି କହିଛନ୍ତି ଅଶ୍ୱିନୀ । ଏହାବାଦ୍ ରାଜ୍ୟରେ କିପରି ରେଳ ବିକାଶ ଲାଗି ନୂଆ ନୂଆ ଯୋଜନା କରାଯାଇଛି ତାହାର ଉଦାହରଣ ରଖିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମାତ୍ର ଏ ସବୁ ଭିତରେ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟରେ ପ୍ରସ୍ତାବିତ ଓ୍ୱାଗନ କାରଖାନା ଏବଂ ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ କାର୍ଯ୍ୟ ହୋଇପାରନି ତାହାର ଗୁମର ବି ଖୋଲିଛନ୍ତି ଅଶ୍ୱିନୀ ।
ସେପଟେ ରାଜ୍ୟର ଟେଲି ଯୋଗାଯୋଗ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଯୋଜନା କଣ ରହିଛି ତାହାର ମଧ୍ୟ ନକ୍ସା ରଖିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ଓଡିଶାରେ ଟେଲିକମ ସେକ୍ଟରକୁ ଅଧିକ କ୍ରୀୟାଶୀଳ କରିବା ଲାଗି 3933 ନୂଆ ସାଇଟକୁନିଆଯାଇଥିବା କହିଛନ୍ତି ଅଶ୍ୱିନୀ ।
ଏଠାରେ ପ୍ରଶ୍ନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏତେ ଟଙ୍କା ଆସି ଖର୍ଚ୍ଚ ହୋଇପାରୁ ନଥିଲେ ମଧ୍ୟ ରାଜ୍ୟ ସରକାରଙ୍କ କାହିଁକି ବାରମ୍ବାର କେନ୍ଦ୍ରୀୟ ଅବହେଳାର କଥା ଉଠାଇଛନ୍ତି । ସରକାରଙ୍କ ଏହି ପ୍ରସଙ୍ଗ ଫଛରେ ରାଜ୍ୟର ଉନ୍ନତି ଚିନ୍ତା ରହିଛି ନା ନିଜର ଭୋଟବ୍ୟାଙ୍କକୁ ବଞ୍ଚାଇ ରଖିବାର ଉଦ୍ଦେଶ୍ୟ ।