କେବଳ ସେତିକି ନୁହେଁ ବୃଦ୍ଧ ବୃଦ୍ଧା ଙ୍କୁ ବୟସ ହେବା ପରେ ମଧ୍ୟ ମିଳୁ ନାହିଁ ବାର୍ଦ୍ଧକ୍ୟ ଭତ୍ତା। ପଞ୍ଚାୟତ କାର୍ଯ୍ୟାଳୟର ବାରମ୍ବାର ଦ୍ବାରସ୍ଥ ହେଲେ ମଧ୍ୟ ମିଳୁ ନାହିଁ କୌଣସି ସୁଫଳ। ଗାଁ ରେ ୩୦ ପରିବାର ପାଇଁ ବସୁଧା ଯୋଜନା ତ ଛାଡ଼ନ୍ତୁ, ଅଛି ମାତ୍ର ଗୋଟିଏ ନଳକୂପ। ଖରା ଦିନରେ ଯଦି ସେଇ ନଳକୂପର ପାଣି ଶୁଖିଯାଏ, ତାହେଲେ ନଦୀର ପାଣି ଉପରେ ନିର୍ଭର କରନ୍ତି ଗ୍ରାମବାସୀ। ଖରା ଦିନରେ ନଦୀ ପାଣି ମଧ୍ୟ ଶୁଖି ଯାଏ, ଯାହା ଫଳରେ ନଦୀ ରେ ଗାତ ଖୋଲି ପାଣି ସଂଗ୍ରହ କରନ୍ତି ଗ୍ରାମବାସୀ। ସେହି ପାଣିକୁ ବ୍ୟବହାର କରି, ନାନାଦି ରୋଗର ମଧ୍ୟ ଶିକାର ହେଉଛନ୍ତି। ଗାଁ ରେ ୩୦ ପରିବାର ରୁ ମାତ୍ର ଗୋଟିଏ ପରିବାର କୁ ମିଳିଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଲାଭ। ଭଙ୍ଗାରୁଚା ଝାଟିମାଟି କୁରିଆରେ ଛାତରେ ତିର୍ପାଳ ଢାଙ୍କି ରହୁଛନ୍ତି ଗ୍ରାମବାସୀ। ବର୍ଷା ପବନରେ କେତେବେଳେ ଘର ଭାଙ୍ଗିଯିବ,ତାହା ମଧ୍ୟ ଜଣା ନାହିଁ।
ଓଡିଶା ଖବର ଆହୁରି ପଢନ୍ତୁ