ପରେ ଦୁଇଘଣ୍ଟାର ଅପରେସନ ପରେ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ତାର ସହଯୋଗୀଙ୍କୁ ପୋଲିସ ଗିରଫ କରିଥିଲା। ଆଜି ପୋଲିସ ବାପିନଙ୍କୁ ଧରିବାରେ ସଫଳ ହୋଇଛି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ନୀଳଗିରି ଦେବଗିରି ପାହାଡ଼ ଉପରେ ଛପିଥିବା ଲୁଟେରାଙ୍କୁ ଗୋଡାଇ ଗୋଡ଼ାଇ ଧରିଲା ପୋଲିସ। ନୀଳଗିରିର ଦେବଗିରି ପାହାଡ଼ ଉପରେ ଛପିଥିବା ଏଟିଏମ ଲୁଟେରାଙ୍କ ମାଷ୍ଟର ମାଇଣ୍ଡ ବାପିନଙ୍କୁ ଗିରଫ କଲା ପୋଲିସ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଟିଏମ ଭାଙ୍ଗି ଆଖିପିଛୁଳାକେ ଉଭାନ ହୋଇଯାଉଥିବା ସତ୍ୟବ୍ରତ ନାୟକ ଓରଫ ବାପିନଙ୍କୁ ଆଜି ମୟୁରଭଞ୍ଜ ଜିଲ୍ଲାର ଯଶିପୁର ପୋଲିସ ଓ ନୀଳଗିରି ପୋଲିସ ମିଳିତ ଉଦ୍ୟମରେ ଦେବଗିରି ପାହାଡ଼ରେ ଲୁଚିଥିବା ବେଳେ ଅତର୍କିତ ଚଢ଼ାଉ କରିଥିଲେ।
ପରେ ଦୁଇଘଣ୍ଟାର ଅପରେସନ ପରେ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ତାର ସହଯୋଗୀଙ୍କୁ ପୋଲିସ ଗିରଫ କରିଥିଲା। ଆଜି ପୋଲିସ ବାପିନଙ୍କୁ ଧରିବାରେ ସଫଳ ହୋଇଛି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ