ତମ୍ବା ତାରର ଆନୁମାନିକ ମୂଲ୍ୟ ଷାଠିଏ ହାଜରୁ ଅଧିକ ହେବ । ଏହା ସହିତ ବନ୍ଧକ ରଖିଥିବା ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ଜଣଙ୍କର ମୁଣ୍ଡକୁ ବନ୍ଧୁକ ସାହାଯ୍ୟରେ ଶକ୍ତ ଆଘାତ ଦେବାରୁ ମୁଣ୍ଡ ଫାଟି ଥିବା ଜଣାପଡିଛି ।
ବନ୍ଧୁକ ମୁନରେ ଲୁଟ

ଅର୍ଗସ ବ୍ୟୁରୋ: ବନ୍ଧବାହାଲ ସବ ଷ୍ଟେସନରେ ବନ୍ଧୁକ ମୁନରେ ଲୁଟ। ଲୁଟିନେଲେ ଟ୍ରାନ୍ସଫର୍ମରରେ ବ୍ୟବହାର ହେଉଥିବା ତମ୍ବା ତାର । ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ସବ ଷ୍ଟେସନରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବିଳମ୍ଵିତ ରାତି ୧୨:୩୦ରେ ଆଠରୁ ଦଶ ଜଣ ମୁଖା ପିନ୍ଧି ଥିବା ଦୁର୍ବୁତ୍ତ ସବ ଷ୍ଟେସନରେ ରାତି ଡ୍ୟୁଟି କରୁଥିବା କର୍ମଚାରୀଙ୍କୁ ଅଫିସ ରୁମରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବନ୍ଧକ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଦୁର୍ବୁତ୍ତ ମାନେ ସବ ଷ୍ଟେସନରେ ଥିବା ଟ୍ରାନ୍ସଫର୍ମରରୁ ତମ୍ବା ତାର କଏଲ ଓ ୧୧ଟି ମୋବାଇଲ ଲୁଟି ନେଇଛନ୍ତି।
ବନ୍ୟା ପାଇଁ ASO ଲିକ୍ଷିତ ପରୀକ୍ଷା ସ୍ଥଗିତ

ଅର୍ଗସ ବ୍ୟୁରୋ: ଘୁଞ୍ଚିଲା ଏଏସଓ( ଆସିଷ୍ଟାଣ୍ଟ ସେକସନ୍ ଅଫିସର) ଲିଖିତ ପରୀକ୍ଷା । ଆସନ୍ତା 21 ରେ ହେବାକୁ ଥିବା ଏଏସଓ ପରୀକ୍ଷା ଘୁଞ୍ଚିଲା । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଏସଓ ଲିଖିତ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍
Download Argus News App
