ଅଧିକ ପଢନ୍ତୁ : ରୋହିତଙ୍କୁ ବାଦ ପରେ ଅତନୁଙ୍କୁ ଉଚ୍ଚଶିକ୍ଷା ଦାୟିତ୍ୱ
ତେବେ ଚର୍ଚ୍ଚା ହେଉଛି ୬୦ ବୟସ ବୟାନ ରୋହିତଙ୍କ ପାଇଁ ଅଡୁଆ ହେଲା । ତୀର ଟାର୍ଗେଟରେ ନ ବାଜି ଅନ୍ୟ ଜାଗାରେ ବାଜିଲା । ପ୍ରଦର୍ଶନ କେବଳ ବାହାନା, ବୟାନ ପାଇଁ ହିଁ ଆଉଟ୍ ହେଲେ ରୋହିତ ପୂଜାରି ବୋଲି ଚର୍ଚ୍ଚା ହେଉଛି । ମାତ୍ର ୧ ବର୍ଷ ତଳେ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ବ ନେଇଥିଲେ ରୋହିତ । ଏମିତି ବି ମନ୍ତ୍ରୀ ନୁହେଁ ସଚିବ ମାନେ ବି ବିଭାଗ ଚଳାଉଥିବାର ବିରୋଧୀ ଆଣୁଛନ୍ତି ଅଭିଯୋଗ । କିଛି ମାସ ତଳେ କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ ଉଷାଦେବୀଙ୍କ ମନ୍ତବ୍ୟ ହିଁ ତାର ପ୍ରମାଣ ।
ମଣ୍ଡିଠାରୁ ଆରମ୍ଭ କରି ଏମଏସପି ବିଭିନ୍ନ ସମସ୍ୟାକୁ ନେଇ ପ୍ରତିଦିନ ରାସ୍ତାକୁ ଓହ୍ଲାଉଛନ୍ତି ଚାଷୀ । ଦୁର୍ନିତୀକୁ ନେଇ ବି ବିବାଦ ଘେରରେ କୃଷି ମନ୍ତ୍ରୀ ରମେନ୍ଦ୍ର ପ୍ରତାପ ସ୍ବାଇଁ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ହେଉଛି ଶକ୍ତିମନ୍ତ୍ରୀଙ୍କ ପାରିବାପଣିଆ । ସବୁ ପରେ ବି ଏ ତିନି ମନ୍ତ୍ରୀଙ୍କ ପ୍ରଦର୍ଶନ ବଢିଆ । ହେଲେ ରହିତୋଙ୍କ କ୍ଷେତ୍ରରେ କିନ୍ତୁ ମାପଦଣ୍ଡ ଅଗଲା । ପ୍ରଦର୍ଶନ ନା ବିବାଦୀୟ ବୟାନ ତାହା ସ୍ପଷ୍ଟ ।