‘ଉଡ଼େ ଦେଶକା ଆମ ନାଗରିକ’ ବା ‘ଉଡାନ’ ଯୋଜନାକୁ ୨୦୧୬ ଅକ୍ଟୋବର ୨୧ ତାରିଖରେ ଲୋକାର୍ପିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପକେଟକୁ ସୁହାଇବା ଭଳି ଟିକେଟ ମୂଲ୍ୟ, ଦେଶର ସବୁ ଅଞ୍ଚଳସହ ଆକାଶପଥରେ ସଂଯୋଗ ସ୍ଥାପନ, ସହ ଆଞ୍ଚଳିକ ବୈଷମ୍ୟ ହ୍ରାସ ଉଦ୍ଦେଶ୍ୟରେ ଏହି ଉଡାନ ଯୋଜନା । ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ରାଜ୍ୟ ଓଡ଼ିଶା ପାଇଁ ‘ଉଡାନ’ ପାଇଁ ଆଣିଛି ସୁଯୋଗ । ରାଉରକେଲା ପୂର୍ବରୁ ଜୟପୁର ଏବଂ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ କେନ୍ଦ୍ରସରକାର ନିଜ ଆଡୁ ଉଡାନ ଯୋଜନାରେ ସାମିଲ କରିଥିଲେ ।
ରାଉରକେଲା ବିମାନବନ୍ଦରକୁ ବହୁ ପୂର୍ବରୁ ଡିଜିସିଏ ଅନୁମତି ଦେଇ ସାରିଥିଲା । ଷ୍ଟିଲ ଅଥରିଟି ଏଫ ଇଣ୍ଡିଆ ଲିମିଟେଡ ବା ସେଲ୍ ଓ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ବା ଏଏଆଇ ମଧ୍ୟରେ ନୂଆଦିଲ୍ଲୀରେ ଅପରେସନ ଆଣ୍ଡ ମ୍ୟାନେଜମେଣ୍ଟ ବା (ଓ ଏଣ୍ଡ ଏମ) ବୁଝାମଣା ହୋଇଥିଲା । ଆଗାମୀ ଦିନରେ ଉଡାଣ ସ୍କିମ ଅଧିନରେ କଳାହାଣ୍ଡିର ଉତକେଲା ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ରୁଟ ମିଳିଛି । ଏଥିଲାଗି DGCA ଅନୁମୋଦନ ମିଳିବା ପରେ ଭୁବନେଶ୍ବରରୁ ଉତକେଲା ଓ ଉତକେଲାରୁ ରାୟପୁର ଯାଏଁ ବିମାନ ଚଳାଚଳ କରିବ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।