ଅଧିକ ପଢନ୍ତୁ ଓଡ଼ିଶା ଖବର
କାହିଁକି ଓ କେଉଁ ପରିସ୍ଥିତିରେ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ହୋଇଥିଲା ? ମୃତ୍ୟୁ ପଛରେ ଲୁଚି ରହିଛି କେଉଁ ରହସ୍ୟ ? ହତ୍ୟାକାଣ୍ଡ ପଛରେ କେଉଁ ବଡ଼ବଡ଼ିଆଙ୍କ ରହିଛି ହାତ ?କାହିଁକି ସୁନ୍ଦରଗଡ଼ ଜିଲ୍ଲପାଳ ଓ ରାଉରକେଲା ଏଡିଏମଙ୍କ ବିରୋଧରେ ନିଆ ଯାଉନି ଆକ୍ସନ ? ରାଉରକେଲାବାସୀଙ୍କୁ ଏମିତି ଅନେକ ପ୍ରଶ୍ନର ଉତ୍ତର ମିଳୁନି । ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଘଟଣାକୁ ପୋଲିସ ଆତ୍ମହତ୍ୟା କହୁଥିବାବେଳେ ପରିବାର ଲୋକେ ଯୋଜନାବଦ୍ଧ ହତ୍ୟାକାଣ୍ଡ ଅଭିଯୋଗ କରୁଛନ୍ତି ।
ରହସ୍ୟମୟ ହେଉଛି ରାଉରକେଲା ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ । ଗତ ୧୯ ତାରିଖରେ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିବା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତଦେହ । କିଭଳି ଓ କେଉଁ ପରିସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ହୋଇଥିଲା ତାହା ଏବେବି ରହସ୍ୟ ହୋଇ ରହିଯାଇଛି । ଆଦିବାସୀ ମଞ୍ଚର ଚେତାବନୀ ପରେ ପୋଲିସ ତଦନ୍ତର ଦିଗ କେଉଁ ଆଡ଼କୁ ଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।