ଜଳପଥ ଦେଇ ଓଡ଼ିଶା ଆସିପାରନ୍ତି ପ୍ରବାସୀ ...
ରାଉରକେଲା: ରାଉରକେଲାରେ ଥିବା ରାଜ୍ୟର ଏକମାତ୍ର ମ୍ୟାଲେରିଆ ଗବେଷଣା କେନ୍ଦ୍ରକୁ ରାଞ୍ଚିକୁ ଉଠାଇ ନିଆଯିବା ନିଷ୍ପତ୍ତିକୁ ବିରୋଧ କରିଛି ନାଗରିକ ମଞ୍ଚ । ଓଡିଶା ଏକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେବି ମ୍ୟାଲେରିଆ ପ୍ରକୋପ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଉରକେଲାରେ ଏକ ମ୍ୟାଲେରିଆ ରିସର୍ଚ୍ଚ କେନ୍ଦ୍ର ଖୋଲାଯାଇଥିଲା ।
ତେବେ ବର୍ତ୍ତମାନ ଏହାକୁ ରାଞ୍ଚିକୁ ଉଠାଇ ନିଷ୍ପତ୍ତି ନିଆଯାଇଥିବା ବେଳେ ଏହାକୁ ନେଇ ନାଗରିକ ମଞ୍ଚ ପକ୍ଷରୁ ହାଇକୋର୍ଟ ରେ ଏକ ଜନ ସ୍ୱାର୍ଥ ମାମଲା ଦାୟର କରାଯାଇଛି । ଏହି ମାମଲାର ଶୁଣାଣି ଆସନ୍ତା 8 ତାରିଖରେ ରହିଥିବାର ସୂଚନା ନାଗରିକ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।