ପଶ୍ଚିମବଙ୍ଗ STF ଜଳେଶ୍ଵର ପୋଲିସ ସହାୟତା ଗିରଫ କରିଥିବା ସୂଚନା । ଲାଲନ ଶାହା ଜଳେଶ୍ବର ଅଞ୍ଚଳର ପ୍ରତିଷ୍ଠିତ ମାଛ ବ୍ୟବସାୟୀ । ଇଣ୍ଟର-ଷ୍ଟେଟ ବ୍ରାଉନ ସୁଗାର କାରବାରରେ ମୁଖ୍ୟ ଭୂମିକା ଥିଲେ ମଧ୍ୟ କୌଣସି ଥାନାରେ ମାମଲା ନଥିବା ସୂଚନା। ସେ ଓଡିଶା ଓ ପଶ୍ଚିମବଙ୍ଗରେ ବହୁ ଚତୁରତାର ସହ କାରବାର ଚଲେଇ ଥିଲା।
୬୫କୋଟିର ହେରୋଇନ ଜବତ ଘଟଣା; ମାଷ୍ଟର ମାଇଣ୍ଡ ଲାଲନ ଶାହା ଗିରଫ

ଅର୍ଗସ୍ ବ୍ୟୁରୋ : ପଶ୍ଚିମବଙ୍ଗର ବର୍ଦ୍ଧମାନରେ ୬୫କୋଟିର ହେରୋଇନ ଜବତ ଘଟଣାରେ ଓଡିଶାର ଜଳେଶ୍ଵରରୁ ଗିରଫ ହେଲା ମାଷ୍ଟର ମାଇଣ୍ଡ ଲାଲନ ଶାହା। ପୂର୍ବରୁ ତାର ଦୁଇ ଓଡ଼ିଆ ସହଯୋଗୀଙ୍କୁ ଗିରଫ କରିବା ସହ ୧୫ କେଜି ହେରୋଇନ ଜବତ ହୋଇଥିଲା।
Download Argus News App
