ବାରମ୍ବାର ଡାକିବା ପରେ ବି ରୁଚିସ୍ମିତା କିଛି ଉତ୍ତର ନଦେବାରୁ ମାମୁ ଘର ଲୋକେ ତାଙ୍କର ମାଆଙ୍କୁ ଡାକିଥିଲେ । ଏହାପରେ ଘର ଭିତରୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ରୁଚିସ୍ମିତାଙ୍କ ଘର ସୋନପୁର ଜିଲ୍ଲା ବିରମହାରାଜପୁର ଟାଙ୍ଗରସାହିରେ। ରୁଚିସ୍ମିତାଙ୍କ ବାପା ଉପଜିଲ୍ଲାପାଳ ଅଫିସର ଡ୍ରାଇଭର ଥିଲେ ଏବେ ଅବସର ନେଲେଣି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନି। ଏହାପୂର୍ବରୁ ରୁଚିସ୍ମିତାଙ୍କ ଭାଇ ମଧ୍ୟ ସୋନପୁର ବ୍ଲକଛକ ପଛପଟେ ଆତ୍ମହତ୍ୟା କରିଥିବା ଜଣାପଡିଛି।
ଅଧିକ ପଢନ୍ତୁ : ହୋଟେଲରୁ ମିଳିଲା ଭୋଜପୁର ଅଭିନେତ୍ରୀଙ୍କ ମୃତଦେହ