3.30ରେ ରଥଟଣା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା କିନ୍ତୁ ଏହା ବିଳମ୍ବ ହେବା ନେଇ କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ । ଭୋର 5ଟାରୁ 5.30 ମିନିଟରେ ମଙ୍ଗଳ ଆଳତୀ, 5.30 ରୁ 6.30 ସାହାଣ ମେଳା ଦର୍ଶନ ହୋଇଛି। ତେବେ ଏଥର ବିନା କଟକଣାରେ ରଥ ଟାଣିବାକୁ ଭକ୍ତ ପ୍ରସ୍ତୁତ। କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରାଯାଇଛି।
ଅଧିକ ପଢନ୍ତୁ: ମାଉସୀ ମା' ଦାଣ୍ଡରେ ଗଡିବ ରଥ
ଏକାମ୍ରକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାର ଆୟୋଜନ କରିଛି ପ୍ରଶାସନ । ସେହିପରି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରଯାଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପ୍ରସ୍ତୁତ ରହିଛନ୍ତି କର୍ମୀ । ତେବେ ଏକାମ୍ର କ୍ଷେତ୍ରରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ