ମହିମା ସମାଜର ପୂଜ୍ୟ ସାଧୁ ସନ୍ଥଙ୍କୁ ଭେଟିବା ପରେ ଦେବଗଡ ଗରିବ କଲ୍ୟାଣ ସମାବେଶକୁ ସମ୍ବୋଧନ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମ୍ବୋଦନରେ ରାଜ୍ୟ ସରକାରଙ୍କ ଯୋଜନାକୁ ନେଇ ବର୍ଷିଥିଲେ ଧର୍ମେନ୍ଦ୍ର। ଧର୍ମେନ୍ଦ୍ର କହିଥିଲେ ଏବେ ସାରା ଦେଶ ସମେତ ଓଡ଼ିଶାରେ ଚଉମୁଖି ବିକାଶ ହେଉଛି। କେନ୍ଦ୍ର ସରକାର ଆବାସ ଯୋଜନାରେ ଲୋକଙ୍କୁ ଘର ଯୋଗାଇଛନ୍ତି। ତାଲିକା ଭୁଲ୍ ବନେଇ ଯୋଗ୍ୟ ଲୋକଙ୍କୁ ଘର ଦେଉ ନାହାଁନ୍ତି। ସ୍ବଚ୍ଛ ଭାରତ ମିଶନରେ ଘର ଘରକୁ ପାଇଖାନା ଯୋଗାଇ ଦିଆଯାଇଛି। 60 ପ୍ରତିଶତ ଗରିବ ଲୋକଙ୍କୁ ମାଗଣାରେ 5 କେଜି ଚାଉଳ ଦିଆଯାଉଛି। କେନ୍ଦ୍ର ଯୋଜନାକୁ ନିଜ ଷ୍ଟାମ୍ପ ଲଗାଇ ରାଜ୍ୟ ସରକାର ନିଜର କହୁଛନ୍ତି।
ଲୋକଙ୍କ ଘରକୁ ପାଣି ଦେବାକୁ ମୋଦି ଟଙ୍କା ଦେଲେ, ହେଲେ କାମରେ ଲାଗିଲାନି । ସେଭଳି ବନ୍ଦେ ଉତ୍କଳ ଜନନୀ, ବନ୍ଦେ ମାତରମ୍ ହେଉଛି ଡବଲ ଇଞ୍ଜିନ୍। ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ରାଜ୍ୟରେ ସରକାର ଗଢିବା, 2024ରେ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣି ଶାସନ ଭାର ଦେବା। ବନ୍ଦେ ଉତ୍କଳ ଜନନୀ, ବନ୍ଦେ ମାତରମ୍ ହେଉଛି ଡବଲ ଇଞ୍ଜିନ୍। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ ଅଧିକ ବିକାଶ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର।
ସେ ଆହୁରି କହିଛନ୍ତି, ରାଉରକେଲାକୁ ଟ୍ରେନ ଚାଲିବ। `ମୁଁ ଏ ପ୍ରସଙ୍ଗ କେନ୍ଦ୍ର ରେଳ ବିଭାଗକୁ ଜଣାଇବି'। `ରାଜ୍ୟ ସରକାର ଜାଗା ଦିଅନ୍ତୁ, ଖୁବ୍ ଶୀଘ୍ର ରେଳ ଚଳାଚଳ କରିବ'। ଅନ୍ୟପଟେ, ଦେବଗଡ଼ରେ ହେବ ନୂଆ ସେଣ୍ଟ୍ରାଲ ସ୍କୁଲ। `ରାଜ୍ୟ ସରକାରଙ୍କ ଅପାରଗତାରୁ ଦେବଗଡ଼ରେ ବିକାଶ ହୋଇପାରିନି'। `ପୂର୍ବରୁ ମୋତେ ଦାୟିତ୍ବ ନେବାକୁ ଅନୁରୋଧ କରାଯାଇଥିଲା'। `ଏଠାରେ ନୂଆ ସେଣ୍ଟ୍ରାଲ ସ୍କୁଲର ଭବନ ନିର୍ମାଣ କରାଯିବ' ବୋଲି ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସମ୍ବୋଧନରେ କହିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର