ଆନ୍ଦୋଳନକୁ ଆସୁଥିବା ସମୟରେ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଅନେକ ଶିକ୍ଷକ ଆନ୍ଦୋଳନ ସ୍ଥଳରେ ଅସୁସ୍ଥ ହୋଇଛନ୍ତି। ଏଠି ମନ୍ତ୍ରୀ ନାହାନ୍ତି। ୧୫ ମନ୍ତ୍ରୀ ଅନୁପସ୍ଥିତ। ୫୦ ବିଧାୟକ ଅନୁପସ୍ଥିତ। ପଦ୍ମପୁର ଉପନିର୍ବାଚନ ପାଇଁ ସେଠାରେ ଅଛନ୍ତି। ନିରପେକ୍ଷ ନିର୍ବାଚନ ହୋଇପାରିବନି। ୨୮ ତାରିଖରେ ବିଜେପି କର୍ୟକର୍ତାଙ୍କୁ ଅପହରଣ କରାଗଲା। କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ବି ଜାସୁସି ହେଉଛି। ବିଧାୟକ ଓ ମନ୍ତ୍ରୀ ମାନେ ଯିବା ଦ୍ଵାରା ପ୍ରତିହିଂସା ହେଉଛି। କିପରି ନିରପେକ୍ଷ ନିର୍ବାଚନ ହୋଇ ପାରିବ ପ୍ରୟାସ କରାଯାଉି।
କାଉଣ୍ଟର କରି ଅମର ଶତପଥୀ କହିଛନ୍ତି ନିୟମ ଅନୁସାରେ କୌଣସି ସଭ୍ୟ ଅନ୍ୟ ସଭ୍ୟଙ୍କ ବିରୁଦ୍ଧରେ କହି ପାରିବନି। ଅଭିଯୋଗ କୁ ଆଧାର କରି ନିର୍ଦ୍ଧିଷ୍ଟ ଶବ୍ଦ ବ୍ୟବହାର କରି ପାରିବେନି। କିଛି ତଦନ୍ତ ହୋଇନି। ସେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ବିଧାନସଭା ବାହାରେ କହିଲେ କିଛି ସମସ୍ୟା ନାହି। କିନ୍ତୁ ଭିତରେ କହିବା ସମିଚୀନ ନୁହେଁ। ମନ୍ତ୍ରୀଙ୍କ ତରଫରୁ ଅନ୍ୟ ମନ୍ତ୍ରୀ ଗୃହରେ ଉତ୍ତର ଦେଉଛନ୍ତି। କିନ୍ତୁ ବିରୋଧୀଦଳ ନେତା ଏଠାରେ ଉପସ୍ଥିତ ନାହାନ୍ତି କହି ଟାର୍ଗେଟ କରିଛନ୍ତି । ବିରୋଧୀ ଦଳ ନେତା ମୋହନ ମାଝୀଙ୍କୁ କହିବାକୁ ଅନୁମୋଦନ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅମର।
ଓଡିଶା ଖବର ଆହୁରି ପଢ଼ନ୍ତୁ ।