ଘର
ଓଡ଼ିଶା
ଖୋଲୁଛି ମାୟା ନଗରୀକୁ ଓଡ଼ିଶା ଗଞ୍ଜେଇ ଚାଲାଣର ଗୁମର
ଖୋଲୁଛି ମାୟା ନଗରୀକୁ ଓଡ଼ିଶା ଗଞ୍ଜେଇ ଚାଲାଣର ଗୁମର
by Swayangprajna Mishra
ଅର୍ଗସ ବ୍ୟୁରୋ : ଖୋଲୁଛି ମାୟା ନଗରୀକୁ ଓଡ଼ିଶା ଗଞ୍ଜେଇ ଚାଲାଣର ଗୁମର । ଭୁବନେଶ୍ବରରେ ମୁମ୍ବାଇ NCB ଟିମ୍ର ତନାଘନା । ଗଞ୍ଜେଇ ଚାଲାଣ ମାମଲାରେ ନିଲୁ ପ୍ରଧାନ ନାମକ ବ୍ୟକ୍ତିଙ୍କୁ ଉଠାଇ ନେଇଛି NCB । ନିଲୁ ଗଞ୍ଜାମ ଅଞ୍ଚଳର । ମୁମ୍ବାଇର ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ମୁମ୍ବାଇ NCBର ମୋଷ୍ଟ ୱାଣ୍ଟେଡ ଥିଲା ନିଲୁ । ନିଲୁକୁ ଉଠାଇ ନେଇ ଅଧିକ ପଚରା ଉଚୁରା କରୁଛି ଟିମ୍ । ସେ କେଉଁଠୁ ଗଞ୍ଜେଇ ଆଣୁଥିଲା, କେଉଁ ମାଧ୍ୟମରେ ଗ୍ରାହକଙ୍କ ନିକଟରେ ପହଞ୍ଚାଉଥିଲା ସେନେଇ ଖୋଳତାଡ଼ କରୁଛି NCB ।
ଅଧିକ ପଢନ୍ତୁ : ଓଡିଶାରୁ ଆନ୍ଧ୍ରକୁ ଚାଲାଣ ହେଉଥିଲା ଗଞ୍ଜେଇ
ଆମେ କହି ରଖୁଛୁ କି, ରାଜ୍ୟ ତଥା ରାଜ୍ୟ ବାହାରେ ଓଡ଼ିଶା ଗଞ୍ଜେଇର ବେଶ୍ ଡିମାଣ୍ଡ ରହିଛି । ରାଜ୍ୟର ମାଲକାନଗିରି, କୋରାପୁଟ, କନ୍ଧମାଳ, ଅନୁଗୁଳ, ବୌଦ୍ଧରେ ପ୍ରଚୁର ପରିମାଣର ଗଞ୍ଜେଇ ଚାଷ ହୁଏ । ରାଜ୍ୟ ବାହାରକୁ ଚାଲାଣ ହୁଏ ଓଡ଼ିଶା ଗାଞ୍ଜା । ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗୁଲୁରୁ, କୋଲକତା ଭଳି ସିଟିରେ ଓଡ଼ିଶା ଗାଞ୍ଜାର ଢେର ଚାହିଦା । ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କେସରେ ବିବାଦୀୟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବି ତାଙ୍କ ଚାଟରେ ଭୁବନେଶ୍ବର ଗଞ୍ଜେଇ ବେଷ୍ଟ ବୋଲି ଉଲ୍ଲେଖ କରିଥିଲେ ।