ଏହି ସମସ୍ତ ସାମଗ୍ରୀକୁ ପୁଣି ଲୋକଙ୍କୁ ମନେ ପକାଇବା ପାଇଁ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି ଅବସର ପ୍ରାପ୍ତ ସହକାରୀ ପ୍ରଫେସର ଅଜୟ କୁମାର ମିଶ୍ର । ଶଗଡ ,ଢିଙ୍କି, ରୁଖା, ହଳ-ଳଙ୍ଗଳ, ଡଙ୍କା ଚଟୁ, କେନ୍ଦେରା, ଗୋପୀ ଯନ୍ତ୍ର, ପଇତାଚକି, ମିଶ୍ରକାଠି, ତେଣ୍ଡା, ସୂତା ପିନିଆଁ, ସେଣା, ବିଞ୍ଛଣା, ଡାବରପୁଆ ଭଳି ୭୦ରୁ ଉର୍ଦ୍ଧ୍ୱ ପ୍ରକାଶ ସାମଗ୍ରୀ ନିଜ ହାତରେ ପ୍ରସ୍ତୁତ କରିଛନ୍ତି ।
କଟକ ରାଜେନ୍ଦ୍ର ନଗର ଅଞ୍ଚଳର ଅଜୟ ମିଶ୍ର ଜଣେ ଶିକ୍ଷାବିତ ଓ ସାହିତ୍ୟିକ । କଲେଜରେ ଛାତ୍ରଛାତ୍ରୀଙ୍କୁ ପ୍ରଧ୍ୟାପନା ସହିତ ଓଡିଶା ସଂସ୍କୃତି ବିଷୟରେ ମଧ୍ୟ ଅନେକ ଗବେଷଣା କରିଛନ୍ତି । କୋରୋନା ସମୟରେ ଗ୍ରାମୀଣ ଓଡିଶାର ପାରମ୍ପରିକ ସାମଗ୍ରୀକୁ ପୁନଃ ଗଠନ ଲାଗି ପକ୍ରିୟା ଆରମ୍ଭ କରିଥିଲେ । ଏଥିପାଇଁ ଅନେକ କାଠ କାରିଗରଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଲିନଥିଲା ।
ଶେଷରେ ନିଜେ ଘରେ ବିଭିନ୍ନ ଅଦରକାରୀ ସାମଗ୍ରୀକୁ ନେଇ ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରିବାରେ କରିଛନ୍ତି । ଏହି ସମସ୍ତ ସାମଗ୍ରୀ ଆଗାମୀ ପିଢି ଜାଣିବା ଲାଗି ଏକ ଛୋଟ ସଂଗ୍ରାହଳୟ ସ୍ଥାପନ କରି ସାଇତି ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଅଜୟ ମିଶ୍ର ।