ବିଶେଷ କରି SDC ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ମାଝୀ କିଭଳି ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ଶିକ୍ଷା, ସଂସ୍କୃତି ଏବଂ ଖେଳକୁଦ କ୍ଷେତ୍ର ରେ ଉନ୍ନତି କରି ପ୍ରତିଭାବାନ ହୋଇ ପାରିବେ ସେଦିଗରେ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଯେହେତୁ ବର୍ତ୍ତମାନ ସମୟରେ ଓଡିଶା ରାଜ୍ୟ ଯେମିତି ଗୋଟିଏ ହକି ହବ ପାଲଟିଛି ଏବଂ ଆଦିବାସୀ ଛାତ୍ରଛାତ୍ରୀ ହକି ଖେଳ ଅଭ୍ୟାସ କରି ଓଡିଶାକୁ ଗୌରାବାନ୍ୱିତ କରିବାରେ ସହଯୋଗୀ ହୋଇପାରିବେ ସେଥିପାଇଁ ସେ ଏସ. ବି. ନୂଆଗାଁ ସ୍କୁଲରେ ଛାତ୍ର ଛାତ୍ରୀ ଙ୍କ ହୋକି ଅଭ୍ୟାସ ପାଇଁ ହକି ଷ୍ଟିକ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିଲେ l ସ୍କୁଲର ବିଭିନ୍ନ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିବା ସହ କୋରାପୁଟ ମାଟିର ଗୌରବ ପିଙ୍କି ହରିଜନ ଯିଏ କି ଜାତୀୟସ୍ତରରେ କରାଟେ ପ୍ରତିଯୋଗିତାରେ ମେଡାଲ ପ୍ରାପ୍ତ କରିଛନ୍ତି। ତାଙ୍କୁ ସମ୍ମାନିତ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଏସ. ବି. ନୂଆଗାଁ ହାଇସ୍କୁଲର ବାର୍ଷିକ ଉତ୍ସବ

ଅର୍ଗସ ବ୍ୟୁରୋ: କୋରାପୁଟ ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର କୋଟପାଡ଼ ବ୍ଲକ ଅନ୍ତର୍ଗତ ଏସ. ବି. ନୂଆଗାଁ ହାଇସ୍କୁଲ ଠାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ସ୍ୱତନ୍ତ୍ର ଅତିଥି ରୂପେ ମାନ୍ୟବର କୋରାପୁଟ ଜିଲ୍ଲା ବିକାଶ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ, ସମ୍ମାନନୀୟ ଅତିଥି ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି ଏବଂ ସମ୍ୱନ୍ୱିତ ଆଦିବାସୀ ଉନୟନ ପ୍ରକଳ୍ପ ଅଧିକାରୀ ଶ୍ରୀ ଗୋପୀନାଥ ସାରକା ଆଦି ଯୋଗ ଦେଇଥିଲେ l ପ୍ରଥମ ପର୍ଯ୍ୟାୟରେ ଅତିଥି ବୃନ୍ଦ ନିଜ ନିଜ ଅଭିଭାଷଣ ରଖିଥିଲେ।
Download Argus News App
