
ଅର୍ଗସ ବ୍ୟୁରୋ : ଗୋଷ୍ଠୀ ସଙ୍କ୍ରମଣ ଆଡ଼କୁ ମୁହାଁଉଛି କି ଓଡ଼ିଶା ? ଗତ 12 ଦିନର 18 ଶହ 6 ଜଣ ସ୍ଥାନୀୟ ଆକ୍ରାନ୍ତ ବାହାରିଛନ୍ତି । ଏହି ତଥ୍ୟ ହିଁ କହୁଛି ରାଜ୍ୟରେ ବିପଦ ବଢ଼ାଉଛି କରୋନା ଭାଇରସ । କାରଣ ପୂର୍ବରୁ ବିଦେଶ କିମ୍ବା ଅନ୍ୟ ରାଜ୍ୟରୁ ଆସିଥିବା ଲୋକ ହିଁ ଆକ୍ରାନ୍ତ ଭାବେ ଚିହ୍ନଟ ହେଉଥିଲେ । କିନ୍ତୁ ଗତ କିଛିଦିନ ଧରି ଲୋକାଲ କେସର ସଂଖ୍ୟା ବଢ଼ିବା ବଢ଼ାଇଛି ଚିନ୍ତା। ପ୍ରତିଦିନ 500ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ରାଜ୍ୟ ସରକାର ଏ କଥାକୁ ମାନିବାକୁ ନାରାଜ। କିନ୍ତୁ ବିଶେଷଜ୍ଞଙ୍କ ଅନୁସାରେ ରାଜ୍ୟରେ ସ୍ଥିତି ଗୋଷ୍ଠୀ ସଙ୍କ୍ରମଣ ଆଡ଼କୁ ଇଙ୍ଗିତ କରୁଛି । କାରଣ ଏବେ କେବଳ କ୍ବାରେଣ୍ଟାଇନ ସେଣ୍ଟର ବା ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ରିପୋର୍ଟ ପଜିଟିଭ ଆସୁନି । ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ସ୍ଥାନୀୟ ସଙ୍କ୍ରମଣ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି ।

