ପଶ୍ଚିମବଙ୍ଗର 4ଟି ପର୍ଯ୍ୟାୟରେ ଭୋଟିଂ ସରିଛି
ଭୁବନେଶ୍ଵର : ଭୁବନେଶ୍ଵରର ରାସ୍ତା କଡ଼ରେ ଜମି ରହିଥିଲା ଗଦା ଗଦା ମାନସିକ ନଡିଆ। ଲକଡାଉନ କାରଣରୁ ଏହି ନଡିଆ ସବୁ ତାରିଣୀଙ୍କ ନିକଟରେ ପହଞ୍ଚି ପାରି ନଥିଲା। ଦୀର୍ଘ ଦିନର ଲକଡାଉନ କାରଣରୁ କିଛି ନଡିଆରୁ ଗଜା ବାହାରି ଯାଇଥିବା ବେଳେ କିଛି ନଡିଆ ପଚି ଦୁର୍ଗନ୍ଧ ବାହାରୁଥିଲା। ଏଭଳି ଲାଗୁଥିଲା ଯେପରି ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅଟକି ଯାଇଛି। ତେବେ ଭକ୍ତ ଓ ଭଗବାନଙ୍କୁ ଯୋଡୁଥିବା ଏହି ମାନସିକ ନଡିଆକୁ ମା ତାରିଣୀଙ୍କ ପୀଠକୁ ପଠାଇବାକୁ ବ୍ୟବସ୍ଥା କରିଛନ୍ତି ଅଭିନେତା ସବ୍ୟସାଚୀ। ଭୁବନେଶ୍ଵର ବରମୁଣ୍ଡା ବସଷ୍ଟାଣ୍ଡ, ଫାୟାର ଷ୍ଟେସନ ଛକ, ସିଆରପି, ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼, କଟକର ଅନେକ ସ୍ଥାନ, ପାଣିକୋଇଲି ସହ ଚଣ୍ଡିଖୋଲରୁ ଏଭଳି ପଡି ରହିଥିବା ୩୫୦୦୦ ମାନସିକ ନଡିଆ ଦୁଇଟି ଟ୍ରକ୍ ମାଧ୍ୟମରେ ଘଟଗାଁ ପଠାଯାଇଛି। ଭକ୍ତଙ୍କ ଭରଷାକୁ ମା' ଙ୍କ ନିକଟରେ ପହଞ୍ଚାଇ ମୁଁ ଆନନ୍ଦିତ ବୋଲି କହିଛନ୍ତ ସବ୍ୟ ।