ଆପଣ ଯେଉଁ ଦୃଶ୍ୟ ଦେଖୁଛନ୍ତି, ତାହା କେନ୍ଦ୍ରାପଡା ଜିଲ୍ଲା ଆଳି ବଜାରର। ଏହି ଦୁଃଖି ଦମ୍ପତିଙ୍କୁ ଦେଖିବା ପରେ, ସେମାନେ କିଏ, କୁଆଡେ ଆସିଛନ୍ତି ସେ କଥା ଜାଣିବାକୁ ଭାରି ଇଚ୍ଛା ହେଲା। ଆଉ ପଚାରିଲୁ ମାଉସୀ ଆପଣ କୋଉଠୁ ଆସିଲେ?
ଆଜିର ସମାଜରେ ଦାମ୍ପତ୍ୟ ଜୀବନକୁ ନେଇ ଅନେକ ଅଘଟଣ ସାମ୍ନାକୁ ଆସୁଥିବା ବେଳେ ଏ ଚିତ୍ର ଟିକେ ଭିନ୍ନ। ଭଦ୍ରକ ଜିଲ୍ଲା ପୀରହାଟର ଦିବ୍ୟାଙ୍ଗ ଦୁର୍ୟୋଧନଙ୍କ ଦଳେଇଙ୍କ ପତ୍ନୀ ରାଧିକା। ପେଟକୁ ମୁଠେ ଦାନା ଯୋଗାଡ଼ କରିବା ନିମନ୍ତେ ଦୋକାନ ଦୋକାନ ବୁଲି ଭିକ୍ଷା ବୃତ୍ତି କରୁଛନ୍ତି l ରାଧିକା କୁହନ୍ତି ଯେ ସ୍ୱାମୀ ଦିନ ମଜୁରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି l ଦିନେ ସେ କାମ କରିବା ବେଳେ ଆଖିରେ ମେଣ୍ଟାଲ ବାଜିଥିଲା। ଚିକିତ୍ସା କରି ଆଖି ଭଲ କରିବେ ବୋଲି ଡାକ୍ତରଙ୍କ ପାଖକୁ ଗଲେ। କଟକ ଭୁବନେଶ୍ବର ଦଉଡିଲେ। ହେଲେ ଆଉ ଦୃଷ୍ଟି ଫେରିବ ସେ ଆସ୍ବାସନା ଦେଲେନି ଡାକ୍ତର।
ଆଖି ନଷ୍ଟ ହେବା ଯୋଗୁଁ ସ୍ୱାମୀ ରୋଜଗାର ହରାଇଲେ। ଆର୍ଥୀକ ମେରୁଦଣ୍ଡ ଭାଙ୍ଗିଗଲା। ଭାଗ୍ୟ ଭଲ ଝିଅମାନେ ବାହାସାହା ହୋଇ ଯାଇଥିଲେ। ବୁଢାବୁଢି ଦି’ ପ୍ରାଣୀ ଭାଗ୍ୟକୁ ଆଦରି ପଡିଛନ୍ତି। କେଜାଣି ଭଗବାନ ତାଙ୍କ ପ୍ରତି ନ୍ୟାୟ କରିଛନ୍ତି କି ଅନ୍ୟାୟ ? ସେ କଥା ସମୟ ହିଁ କେବଳ କହିବ।