୧୮ ଘଂଟାରେ ୨୫ କିଲୋମିଟର ରାଜପଥ ନିର୍ମାଣ
କଟକ: ଅଶାନ୍ତ ହେଉଛି ମାହାଙ୍ଗା ମାଟି । ମାହାଙ୍ଗାରେ ଶାନ୍ତି ଫେରାଇ ଆଣିବା ଦାବିରେ ଆଜି ବିଜେପି ପକ୍ଷରୁ ସଦଭାବନା ପଦଯାତ୍ରା ଆୟୋଜିତ ହୋଇଛି । ଆଜି ସଦଭାବନା ପଦଯାତ୍ରାର ତୃତୀୟ ଦିନ । ନେମାଳରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆଜି ତୃତୀୟ ଦିନରେ କୁଳିଆ ହନୁମାନ ମନ୍ଦିରରୁ ବାହାରିଛି ।
ମଲିପୁରା ମନ୍ଦିର ଯାଏ ଏହି ପଦଯାତ୍ରା ଚାଲିବ । ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିଜେପି ଦାବି କରିଛି । ମହାପୁରୁଷଙ୍କ ଗଡ ମାହାଙ୍ଗାରେ ଦିନକୁଦିନ ଅପରାଧ ବଢୁଥିବା ବେଳେ ଶାନ୍ତି ଫେରାଇ ଆଣିବାକୁ ଦଳ ପକ୍ଷରୁ ପ୍ରୟାସ କରାଯାଇଛି ।