ବ୍ୟାଘ୍ର ପ୍ରକଳ୍ପରେ ବନାଗ୍ନି...
ପୁରୀ: ପୁଣି ଶ୍ରୀମନ୍ଦିରରେ ସେବାୟତଙ୍କ ଦାଦାଗିରି । ଜଣେ ସେବାୟତଙ୍କ ଆକ୍ରମଣରେ ଶ୍ରୀମନ୍ଦିର ସହାୟକ ଆହତ ହୋଇଛନ୍ତି । ଶ୍ରୀମନ୍ଦିରରେ ହାଣ୍ଡି କୁଡୁଆ ପ୍ରବେଶକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଉତ୍ୟକ୍ତ ହୋଇ ସେବାୟତ ଜଣକ ଶ୍ରୀମନ୍ଦିର ସହାୟକଙ୍କ ମୁଣ୍ଡରେ ହାଣ୍ଡି କୁଡୁଆ ଦ୍ୱାରା ଆକ୍ରମଣ କରିଥିଲେ ।
ପରେ ଶ୍ରୀମନ୍ଦିର ସହାୟକଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଚଳାଇଛି ସିଂହଦ୍ୱାର ଥାନା ପୋଲିସ ।