ଭୁବନେଶ୍ୱର: ବାତ୍ୟା ପାଇଁ ପୁରୀ ଏବଂ ଭୁବନେଶ୍ୱରର ସ୍ଥିତି ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯାହାର ପ୍ରଭାବରେ ବିଦ୍ୟୁତ ସେବାରେ ମଧ୍ୟ କୌଣସି ପରିବର୍ତ୍ତନ ଆସିନାହିଁ । ବାତ୍ୟା ଫୋନି ଯୋଗୁ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିପର୍ଯ୍ୟୟ ହୋଇପଡ଼ିଥିବା ବେଳେ ଏହି ସ୍ଥିତିର ମୁକାବିଲା କରିବାକୁ ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ‘ସେଲ୍’ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି । ତୁରନ୍ତ ଓଡ଼ିଶାକୁ ୧୫ ହଜାର ବିଦ୍ୟୁତ ଖୁଣ୍ଟ ଯୋଗାଇ ଦେବା ଉପରେ କଂପାନି କାମ କରୁଛି । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ କଂପାନି ଏହାର ସାରା ଦେଶରେ ଥିବା ସମ୍ବଳକୁ କାମରେ ଲଗାଇଥିବା ଜଣାପଡ଼ିଛି।
ପ୍ରଥମ ପର୍ଯ୍ୟାୟରେ ଗତ ୫ ତାରିଖରେ କଂପାନି ତରଫରୁ ୫୦୦ ବିଦ୍ୟୁତ ଖୁଣ୍ଟ ଯୋଗାଇ ଦିଆଯାଇଥିଲା। ଏହା ପରେ ପୁଣି ଆଉ ୫୦୦ ବିଦ୍ୟୁତ ଖୁଣ୍ଟ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପଠାଇ ଦିଆଯାଇଛି । ଫୋନି ଯୋଗୁ ରାଜ୍ୟର ଉପକୂଳ ଅଞ୍ଚଳର ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଏବଂ ଟ୍ରାନ୍ସଫରମର ଭାଙ୍ଗି ଯାଇଥିବାରୁ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହୋଇପାରୁନାହିଁ । ତୁରନ୍ତ ଆବଶ୍ୟକ ପରିମାଣର ବିଦ୍ୟୁତ ଖୁଣ୍ଟ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଥିଲା। ଓଡ଼ିଶାର ଅନୁରୋଧକୁ ଗ୍ରହଣ କରି ଶୀଘ୍ର ବିଦ୍ୟୁତ ଖୁଣ୍ଟ ଯୋଗାଇ ଦେବାକୁ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ସେଲ୍କୁ ନିର୍ଦେଶ ଦିଆଯାଇଥିଲା।
ଏହି ନିର୍ଦେଶ ପାଇବା ପରେ ଓଡ଼ିଶାକୁ ଯଥାଶୀଘ୍ର ସମ୍ଭବ ଆବଶ୍ୟକ ପରିମାଣର ବିଦ୍ୟୁତ ଖୁଣ୍ଟ ଯୋଗାଇ ଦେବାକୁ ସେଲ୍ ଉଦ୍ୟମ କରୁଛି । କଂପାନି
