
ଭୁଵନେଶ୍ଵର : ପିଲା ଦିନୁ ଖାଇବାକୁ ପାଉ ନଥିଲେ ରୁନି ଓ ଝରଣା। ବହୁତ କଷ୍ଟରେ ଜୀବନ ଅତିବାହିତ ହେଉଥିଲା। ଶେଷରେ ସେଲ୍ଟର ହୋମ ହେଲା ସାହାରା। ସେହି ସେଲ୍ଟର ହୋମର ଦୁଇ ଝିଅ ଆଜି ଓଡିଶା ପୋଲିସର କନେଷ୍ଟବଳ। ତାଙ୍କର ପରିଶ୍ରମ ଅନେକ ସଫଳତା ଆଣି ଦେଇଥିଲେ। ବର୍ତ୍ତମାନ ଓଡ଼ିଶା ସରକାର ଦୁଇ ଝିଅଙ୍କୁ କନେଷ୍ଟବଳ ପଦବୀ ରେ ନିଯୁକ୍ତି ଦେଇଛନ୍ତି। ଏହି ଘଟଣା ଅନେକଙ୍କ ପାଇଁ ପ୍ରେରଣା।
ସାଲିଆ ସାହିର ଦୁଇ ଝିଅ ରୁନି ନାୟକ, ଝରଣା ମଲିକ ସେଲଟର ହୋମରେ ରହି ଛୋଟ ବେଳୁ ପାଠ ପଢୁଥିଲେ। ଦୁଇ ଝିଅଙ୍କ ବାପା ଦିନ ମଜୁରିଆ ଗରିବ ଶ୍ରେଣୀର ହୋଇ ଥିବାରୁ ପାଠ ପଢିବାରେ ବହୁତ ଅସୁବିଧା ହେଉଥିଲା। ସେମାନେ ସରକାରୀ ସ୍କୁଲରେ ପାଠ ପଢିବା ସହ ଅନ୍ୟାନ୍ୟ ଖର୍ଚ୍ଚ ଯେମିତି କି ଖାଦ୍ୟ,ବସ୍ତ୍ର ଅନ୍ୟାନ୍ୟ ଖର୍ଚ୍ଚ ସେହ୍ନ ସଂସ୍ଥା ପରିବହନ କରୁଥିଲା। ଦୁଇ ଝିଅଙ୍କ ଫୁଟବଲ ପ୍ରତି ଆଗ୍ରହ ଦେଖି ସେହ୍ନ ସଂସ୍ଥା ତରଫରୁ ମହିଳା ଫୁଟବଲ କୋଚ ନନ୍ଦକିଶୋର ପଟ୍ଟନାୟକ ପାଖରେ କଳିଙ୍ଗ ଷ୍ଟାଡିୟମରେ ତାଲିମ ନେଉଥିଲେ । ନନ୍ଦ ସାରଙ୍କ ତତ୍ବାବଧନରେ ସେମାନେ ଦେଶ, ରାଜ୍ୟ ପାଇଁ ବହୁ ସଫଳତା ଆଣିଥିଲେ । ଓଡିଶା ସରକାର ବର୍ତ୍ତମାନ ଏହି ଦୁଇ ଝିଅଙ୍କୁ କନେଷ୍ଟବଳ ପଦବୀ ରେ ନିଯୁକ୍ତି ଦେଇଛନ୍ତି।
