ଅଧିକ ପଢନ୍ତୁ : ହିନ୍ଦୋଳ ଏନ୍ ଏ ସି ରେ ବିକାଶ ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ଜରାବଗା ସମେତ ଆଖପାଖ ୮ରୁ୧୦ ଟି ପଞ୍ଚାୟତର ୧ହଜାରରୁ ଉର୍ଦ୍ଧ ଲୋକ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଏହାର ଲାଭ ନେଇଛନ୍ତି । ଲୋକମାନେ ନିଜ ଘର ପାଖରେ ସ୍ୱାସ୍ଥ୍ୟ ସେବା ଓ ମାଗଣା ଔଷଧ ପାଇ ବେଶ ଖୁସି ହେବା ସହିତ ବିକାଶ ଫାଉଣ୍ଡେସନର ଏଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି ।
ଶେଷରେ ରୋଗୀମାନେ ବିକାଶ ଫାଉଣ୍ଡେସନ ଚେୟାରମ୍ୟାନ ମୃଦଳାଠାକୁର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏପରି ଏକ ସ୍ବାସ୍ଥ୍ୟ ସେବା ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଏହି ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ନିରୁପଣ, ନିଦାନ ପରୀକ୍ଷା ସହ ଔଷଧ ବିତରଣ ମଧ୍ୟ କରାଯାଉଛି । ସମସ୍ତ ସେବା ସଂପୂର୍ଣ୍ଣ ନିଶୁଳ୍କ ଯୋଗାଇ ଦିଆଯାଉଛି । ବିଭିନ୍ନ ବିଭାଗର ଡାକ୍ତର ଯୋଗଦେଇ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି।