ବିସ୍ଫୋରଣ ପରେ ଏବେ ଅନେକ ରହସ୍ୟର ଗୁମର ଖୋଲିଛି । କାରଖାନାର ଫାୟାର ସେପ୍ଟି ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ ? ଶ୍ରମ ଆଇନ, ମ୍ୟୁନ୍ସିପାଲ ଆଇନ ଉଲ୍ଲଂଘନ ପରେ ମଧ୍ୟ କାହିଁକି ଜିଲ୍ଲା ପ୍ରଶାସନ କାରଖାନକୁ ଏତେ ଅନୁକମ୍ପା ଦେଖାଉଥିଲା । କେପି ସୁଗନ୍ଧ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରି ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ୬ଜଣିଆ ଯୁଗ୍ମ ତଦନ୍ତ କମିଟିକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ରାଜ୍ୟ ସରକାରଙ୍କୁ ଗତ ଜାନୁଆରୀ ମାସରୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଛି । ବଡ ପ୍ରଶ୍ନ, ଯୁଗ୍ମ କମିଟି ରିପୋର୍ଟ ଆସିବା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବେ ନା ମିଳିମିଶି ଚାପିଦେବେ ।
ସରକାରୀ ବ୍ୟାନ୍ ସତ୍ତ୍ଵେ ୮ ବର୍ଷରୁ ଊର୍ଦ୍ଧ୍ବ କାଳ ହେବ ସମ୍ବଲପୁରରେ ଚାଲୁଥିଲା ଗୁଟଖା କାରଖାନା । ପ୍ରଦୂଷଣ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିଲା। କାରଖାନା ବିନା ଅଗ୍ନିଶମ ବିଭାଗ ଅନୁମତିରେ ଚାଲିଥିଲା। ବଡ ଦୁର୍ଘଟଣା ପରେ ବି କାହିଁକି ଚୁପ ରାଜ୍ୟ ସରକାର ?