ସମସ୍ତଙ୍କ ଆନୁକୂଲ୍ୟରେ ହେଉଥିବା ଏହି ମେଳାରେ ବିଭିନ୍ନ ପ୍ରକାର ଦୋକାନ ବଜାର ସାଙ୍ଗକୁ ମିନାବଜାରର ମଜା ଉଠାଇଥିଲେ ଅଚଂଳର ହଜାର ହଜାର ଦର୍ଶକ । ଶେଷଦିନରେ ହଜାର ହଜାର ଦର୍ଶକ ମୁକ୍ତାକାଶ ରଙ୍ଗମଂଚରେ ପ୍ରଦର୍ଶିତ ହେଉଥିବା କଂସ ମହାରାଜ ଓ କୃଷ୍ଣ ବଲରାମଙ୍କ ଅଭିନୟକୁ ମନଭରି ଉପଭୋଗ କରିଛନ୍ତି ।
ବରଗଡ ରେ ବିଶ୍ୱପ୍ରଷିଦ୍ଧ ଧନୁଯାତ୍ରାକୁ କୁଚିଣ୍ଡା ଅଂଚଳ ଜନସାଧାରଣ ଦେଖିପାରୁ ନଥିବା ଯୋଗୁଁ ଖଣ୍ଡୋକଟା ଠାରେ ୩୦ ବର୍ଷ ତଲେ ଧନୁଯାତ୍ରା କରିବାର ପ୍ରସ୍ତାବ ହୋଇ ସେହି ସମୟରୁ ଧନୁଯାତ୍ରା ଆରମ୍ଭ ହୋଇଥିଲା । ଅଚଂଳର କଳାକାର ମାନଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଧନୁଯାତ୍ରା ବର୍ଷକୁ ବର୍ଷ ବଡ ଆକାରରେ ଆୟୋଜନ ହେଉଛି । ବିଧାୟକ ଓ ବିଶିଷ୍ଠ ବ୍ୟକ୍ତି ରାଜକିୟ ଅଥିତି ଭାବରେ ଯୋଗଦାନ କରିଆସୁଛନ୍ତି । ଯାତ୍ରାର ଶେଷଦିନରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଓ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଅତିଥି ଭାବେ ଯୋଗଦାନ କରିଥିଲେ ।
ଖଣ୍ଡୋକଟା ବିରାଟ ଧନୁଯାତ୍ରା ମହୋତ୍ସବ ଅଚଂଳ କଳା ସଂସୃତିକୁ ବଞ୍ଚାଇ ଖୋଲା ରଙ୍ଗ ମଞ୍ଚରେ ଶେଷ ହୋଇଛି ।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ