ଭାରତରେ ଅଢେ଼ଇ ସ୍ୱର୍ଗ ଧାମ ମଧ୍ୟରୁ ଏହା ଅନ୍ୟତମ
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ

ସମ୍ବଲପୁର : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗ ଦେବ। ସାଂସଦ ନିତେଶ ଗଙ୍ଗ ଦେବ ଗୁରୁବାର ରାତ୍ରି ୧୦ଟା ସମୟରେ ନିଜ ଘର ଦେବଗଡକୁ ଫେରୁଥିଲେ। ଏହି ସମୟରେ ତିଲେଇବଣି ବ୍ଲକ କୁରଡ ଗାଁ ୫୩ ନମ୍ବର ଜାତୀୟ ରାଜପଥରେ ଏକ ଖାଲରେ କାର ଡ୍ରାଇଭର ବ୍ରେକ ମାରିଥିଲେ । ଫଳରେ ପଛପଟୁ ଆସୁଥିବା ଏକ ଟ୍ରକ ସାଂସଦଙ୍କ କାରକୁ ଧକ୍କା ଦେଇଥିଲା । ତେବେ ସାଂସଦ ନିତେଶ ଗଙ୍ଗ ଦେବଙ୍କ ସହ ତାଙ୍କ ଡାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ଉକ୍ତ ଟ୍ରକ ଡ୍ରାଇଭରକୁ ସ୍ଥାନୀୟ ଗାଁ ଲୋକ କାବୁ କରିବା ସହ ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି ।
Download Argus News App
