ଅଧିକ ପଢନ୍ତୁ ଓଡ଼ିଶା ଖବର
ସହର ଭିତରକୁ ଗାଡିରେ ଭାଙ୍ଗ ଚାଲାଣ କରୁଥିଲେ । ୨ ଟି ଗାଡି ମାଧ୍ୟମରେ ୫ କୁଇଣ୍ଟାଲ ରୁ ଅଧିକ ଭାଙ୍ଗ ଏକ ବିଡି କାରାଖାନାକୁ ଚାଲାଣ କରୁଥିଲେ । ଗାଡିରେ କିଭଲି ପୋଲିସ ଷ୍ଟିକର ଲାଗିଲା ତାକୁ ନେଇ ଉଠିଛି ପ୍ରଶ୍ନ ।
ଅର୍ଗସ ବ୍ୟୁରୋ : ପୋଲିସ ଗାଡିରେ ଭାଙ୍ଗ ଚାଲାଣ । ଗାଡି ଆଗରେ ପୋଲିସ ଲେଖା ହୋଇଛି। ଆଉ ପଛ କ୍ୟାବିନରେ ଭାଙ୍ଗ ବୋଝେଇ କରାଯାଇଛି। ସମ୍ବଲପୁର ସଦର ଥାନା ଅନ୍ତଗତ ଠେମରାରେ ପୋଲିସ ଗାଡି ଯାଂଚ ବେଳେ ୨ ଟି ଟାଟା ଏସି ଭ୍ୟାନ ଜବତ କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସହର ଭିତରକୁ ଗାଡିରେ ଭାଙ୍ଗ ଚାଲାଣ କରୁଥିଲେ । ୨ ଟି ଗାଡି ମାଧ୍ୟମରେ ୫ କୁଇଣ୍ଟାଲ ରୁ ଅଧିକ ଭାଙ୍ଗ ଏକ ବିଡି କାରାଖାନାକୁ ଚାଲାଣ କରୁଥିଲେ । ଗାଡିରେ କିଭଲି ପୋଲିସ ଷ୍ଟିକର ଲାଗିଲା ତାକୁ ନେଇ ଉଠିଛି ପ୍ରଶ୍ନ ।
ଅର୍ଗସ ବ୍ୟୁରୋ: ଘଞ୍ଚ ଜଙ୍ଗଲ ଆଉ ପାହାଡ ଭିତରେ ଫସିଛି ଜୀବନ । ନା ବିକାଶ ଦେଖୁଛି ନା ସୁବିଧା ପାଉଛି । ବଣ ମଣିଷ ଭଳି ବିତୁଛି ଜୀବନ । ଯେଉଁଠିକୁ ଚାହିଁବେ ସମସ୍ୟା ହିଁ ସମସ୍ୟା । ରାସ୍ତାଘାଟଠୁ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ସବୁ ଏଠି ସ୍ବପ୍ନ । ଆବାଡା ଖାବଡା, ପଥର ଗୋଡି ରାସ୍ତା। ମଝିରେ ଛୋଟ ବଡ ନାଳ। ଚାଲିକି ଯିବା ହେଉ କି ଗାଡି ନେଇ ଯିବା । ନାକେଦମ୍ ମଣିଷ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା, ବୁରାତଲ ଓ ଆଙ୍କୁଲି ପଞ୍ଚାୟତରୁ । ଆନ୍ଧ୍ର ସୀମାନ୍ତରେ ରହିଛି ପାତ୍ରପୁର ବ୍ଳକର ତୁମ୍ବା ଏବଂ ବୁରାତାଲ ପଂଚାୟତର କେତେକ ଗାଁ । ଯେଉଁଠି ସ୍କୁଲ ନଥିବାରୁ ପିଲାମାନେ ରାତି ପାହିଲେ ବନ୍ୟଜନ୍ତୁଙ୍କ ଭୟ, ବିପଦପୂର୍ଣ୍ଣ ଏହି ରାସ୍ତା ଦେଇ ପ୍ରତିଦିନ ଯାଇଥାନ୍ତି ପାଠପଢିବା ପାଇଁ । ଖାଲି ସେତିକି ନୁହେଁ, ହଠାତ୍ କାହାର ଦେହ ଖରାପ ହେଲେ ଏଠି ଅରକ୍ଷିତକୁ ଦଇବ ସାହା ଭଳି ଲୋକଙ୍କୁ ଦୋଳା ଆଉ ଖଟିଆ ସାହା ।
ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ବିଜୁଳି ଆଲୁଅ ଦେଖିଲେନି 50ଟି ଗାଁର ଆଦିବାସୀ ପରିବାର । ସୂର୍ଯ୍ୟ ଅସ୍ତ ହେଲେ ମାତ୍ରେ ଅନ୍ଧାର ଭିତରେ ହଜିଯାଏ ପୁରା ଗାଁ । ପ୍ରତି ଘରେ ଜଳେ ଡିବିରି । ଟର୍ଟ୍ଟ ଆଲୁଅରେ ଚାଲେ ସବୁ କାମ । ବିଜୁ ଜ୍ୟୋତି ଯୋଜନାରେ ତିନି ପଞ୍ଚାୟତର ୧୬ ଗାଁ ସାମିଲ ହୋଇଛି । ହେଲେ ଉଦ୍ବେଗର ବିଷୟ, ସର୍ଭେରେ ଅଟକି ରହିଛି କଥା । ସେହିପରି ଶୁଦ୍ଧ ପାନୀୟ ଜଳ ଟୋପାଏ ଲାଗି ସଂଘର୍ଷ କରିବାକୁ ପଡେ । ଘଞ୍ଚ ଜଙ୍ଗଲ ରାସ୍ତା ଦେଇ ଗରା, ବାଲ୍ଟି ଧରି ମହିଳାମାନେ ଏହି ଦୂଷିତ ପାଣି ଆଣିବାକୁ ଯାଇଥାନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜନମାରଣ ନୀତି ସହିତ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଦ୍ଧରେ ସାରା ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ବିଜେପି ଗଣ ଆନ୍ଦୋଳନ ପନ୍ଥା ଆପଣେଇଛି। ସେହପରି ଭାବେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ନେତା ସାରଦା ପ୍ରଧାନଙ୍କ ଆହ୍ୱାନ କ୍ରମେ ବରାହୀପୁର ଗ୍ରାମ ପଞ୍ଚାୟତ ଓ ପଂଚାୟତ ର ବିଜେପି ପକ୍ଷରୁ ଗଣ ଆନ୍ଦୋଳନ କରାଯାଇଛି ।
ପଞ୍ଚାୟତର ଶହ ଶହ ବିଜେପି କର୍ମକର୍ତ୍ତା ମାନେ ଗ୍ରାମ ପଞ୍ଚାୟତ ପରିକ୍ରମା କରିବା ସହ ବିଭିନ୍ନ ଛକ ମାନଙ୍କରେ ପଥପ୍ରାନ୍ତ ସଭା ମାଧ୍ୟମରେ ଗ୍ରାମ ପଞ୍ଚାୟତରେ ଘଟି ଯାଇଥିବା ଦୁର୍ନିତିମୂଳକ କାର୍ଯ୍ୟ ବିଷୟରେ ଲୋକ ମାନଙ୍କୁ ଅବଗତ କରାଇବା ସହ ରାଜ୍ୟରେ ଏଭଳି ଦୁର୍ନିତି ଯୁକ୍ତ ସରକାରକୁ ହରାଇକୁ ଦାବୀ କରିଥିଲେ। ବର୍ତମାନ ଓଡ଼ିଶାରେ ଓଡ଼ିଆ ମାନଙ୍କୁ ହତାଧର କରିବା ସହିତ ଅଣ ଓଡ଼ିଆକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେବା ସହିତ ସ୍ଥାନୀୟ ବିଧାୟକ ପ୍ରତାପ ଜେନା ବହୁ ଦୃନୀତି ଓ ମଡ଼ର କେଶ ରେ ସମ୍ପୃକ୍ତି ନେଇ ଅଭିଯୋଗ ଆଣିଥିଲେ ବିଜେପି କର୍ମୀ ମାନେ l
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ବ୍ଲକବଷ୍ଟର ମୁଭି 'ଜୱାନ'ର ସଫଳତା ପରେ ଏବେ ଚର୍ଚ୍ଚାରେ ରହୁଛନ୍ତି ଶାହରୁଖ ଖାନ. ନିଜର ଦମଦାର ଅଭିନୟକୁ ନେଇ ତାଙ୍କ ଫ୍ୟାନମାନଙ୍କ ଭିତରେ କ୍ରେଜ ବଢିବାରେ ଲାଗିଛି. ତେବେ ଶାହାରୁଖ ନିଜ ଏକ୍ସ ହ୍ୟାଣ୍ଡଲରେ "ଆକ୍ସ ଶାହରୁଖ"କୁ ନେଇ ଏକ ହ୍ୟାସଟ୍ୟାଗ ସହ ପୋଷ୍ଟ କରିଥିଲେ. ଯାହାକୁ ନେଇ ଜଣେ ଫ୍ୟାନ ତାଙ୍କ ନିଜ ଫୋଟୋ ମନ୍ନତ ସାମ୍ନାରେ ଛିଡା ହୋଇ ପୋଷ୍ଟ କରିବା ସହ ଲେଖିଥିଲେ, ଶାହାରୁଖ, ମୁଁ ବର୍ତ୍ତମାନ ଆପଣଙ୍କ ମନ୍ନତ ପାଖରେ ହିଁ ଅଛି. ସେଠାରେ ଆପଣଙ୍କ ଠାରୁ ବର୍ତ୍ତମାନ ମୁଁ ଗୋଟେ ହ୍ୟାଲୋ ଆଶା କରି ପାରିବି କି ? କିମ୍ବା ଟ୍ବିଟରରେ ଗୋଟେ ରିପ୍ଲାଏ ପାଇ ପାରିବି କି ?
Yaar main Mannat mein nahi hoon kaam par laga hua hoon. Just check all good there na??! Ha ha #Jawan https://t.co/Mc9LARrten — Shah Rukh Khan (@iamsrk) September 22, 2023
ତେବେ ଶାହରୁଖ ଏହାକୁ ନେଇ ମଜାଦାର ରିପ୍ଲାଇ ଦେଇଛନ୍ତି. ସେ ଲେଖିଛନ୍ତି, "ମୁଁ ବର୍ତ୍ତମାନ ମୋ କାମରେ ଅଛି, ମନ୍ନତରେ ନାହିଁ. ଚେକ କରନ୍ତୁ ତ ସେଠାରୁ ସବୁ ଠିକଠାକ ଅଛି କି ନାହିଁ". ଶାହାରୁଖଙ୍କ ଏହି ରିପ୍ଲାଇକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଲାଗି ରହିଛି. ଏହାକୁ ନେଇ ପୁଣିଥରେ ତାଙ୍କ ଫ୍ୟାନ ଲେଖିଛନ୍ତି, "ମୁଁ ବି ମଜା କରୁଥିଲି ସାର. ମୁଁ ମଧ୍ୟ ଏବେ କାମରେ ଅଛି. ଖୁବଶୀଘ୍ର ମନ୍ନତ ଆସୁଛି". ତେବେ ଶାହରୁଖଙ୍କ ଫିଲ୍ମ କଥା କହିଲେ, ଏବେ ଶାହରୁଖଙ୍କ ୨ ଟି ମୁଭି 'ପଠାନ' ଏବଂ 'ଜୱାନ' ବେଶ ସଫଳତା ପାଇଛି.