ସେହିପରି ପୁରୀରେ 33.6, ଗୋପାଳପୁରରେ 33.4, ପାରାଦୀପରେ 32.2 ଡିଗ୍ରୀ ତାତି ରେକର୍ଡ ହୋଇଛି । ଆଜି ଅପରାହ୍ନରେ କାଳ ବୈଶାଖୀ ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: ତତଲା କଡ଼େଇରେ ଭାଜି ହେଉଛି ସାରା ଓଡ଼ିଶା । ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଆଜି ଦିନ 2ଟା 30 ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । 42.2 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଝାରସୁଗୁଡାରେ 41.6, ହୀରାକୁଦରେ 40.2, ଭୁବନେଶ୍ବରରେ 39.2, ବାଲେଶ୍ବରରେ 38.2, କେନ୍ଦୁଝରରେ 37.8, ଚାନ୍ଦବାଲିରେ 37 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ପୁରୀରେ 33.6, ଗୋପାଳପୁରରେ 33.4, ପାରାଦୀପରେ 32.2 ଡିଗ୍ରୀ ତାତି ରେକର୍ଡ ହୋଇଛି । ଆଜି ଅପରାହ୍ନରେ କାଳ ବୈଶାଖୀ ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ପାକିସ୍ତାନରେ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀକୁ ଗୁଳି କରି ହତ୍ୟା । ଏ ଖବର ପ୍ରଚାରିତ ହେବା ପରେ କେବଳ ଭାରତ ନୁହେଁ ବରଂ ପୂରା ବିଶ୍ଵରେ ଜୋର ଧରିଲାଣି ଚର୍ଚ୍ଚା। କାରଣ ଭାରତରେ ଘଟିଥିଲା ଅନେକ ଆତଙ୍କୀକାଣ୍ଡରେ ସେ ସଂପୃକ୍ତ ଥିବା କୁହାଯାଉଛି ।
⚡️⚡️Another Most Wanted LeT terrorist Qaiser Farooq gunned down by "unknown men" in Karachi, Pakistan.
Mufti Qaiser Farooq was one of the founding members of Lashkar-e-Tayyeba and a close associate of Global Terrorist Hafiz Saeed. pic.twitter.com/c4karhjsW5 — Megh Updates 🚨™ (@MeghUpdates) September 30, 2023
କ୍ଵାସିର ଫାରୁକ । ଭାରତର ଥିଲା ମୋଷ୍ଟ ୱାଣ୍ଟେଡ । ତାକୁ ଧରିବାକୁ ସ୍ଵତନ୍ତ୍ର ରଣନୀତି କରିଥିଲା ଭାରତ । ହେଲେ ଏବେ ସୋସିଆଲ ମିଡିଆରେ ତାର ମୃତ୍ୟୁ ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଟ୍ଵିଟର ଅର୍ଥାତ୍ ଏକ୍ସରେ ଭାଇରାଲ ହେଉଥିବା ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି, ଲସ୍କର-ଇ ତୋଇବା ଆତଙ୍କୀ କ୍ଵାସିର ଫାରୁକ ପାକିସ୍ତାନର କରାଚୀରେ ଏକ ରାସ୍ତାରେ ଯାଉଥିବା ବେଳେ ହଠାତ୍ ଗୁଳିମାଡ କରାଯାଇଥିଲା । ତାକୁ ବଂଚାଇବାକୁ ତାର ସହକର୍ମୀମାନେ ଚେଷ୍ଟା କରିଥିଲେ । ହେଲେ ବଂଚାଇପାରିନଥିଲେ । କିନ୍ତୁ ଟ୍ଵିଷ୍ଟର କଥା ହେଉଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ କି କ୍ଵାସିର ଫାରୁକ କି ନୁହେଁ ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ହଠାତ୍ ଫାଇରିଂ ହେବା ପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ କ୍ଵାସିରଙ୍କୁ କଭର କରିବା ପାଇଁ ଛିନ୍ନଛତ୍ର ହୋଇ ଦୌଡିଥିଲେ । ହେଲେ କ୍ଵାସିର ଫାରୁକ୍ ତଳେ ପଡ଼ିଯାଇଥିଲା । ପାକିସ୍ତାନର ଖବରକାଗଜ ଡନ୍ର ରିପୋର୍ଟ ଅନୁସାରେ, କ୍ଵାସିରକୁ କରାଚୀରେ ଗୁଳି ମରାଯାଇଥିବା ସୂଚନା ମିଳୁଛି । ହେଲେ ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ କି ସେ କ୍ଵାସିର କି ନୁହେଁ । ହେଲେ ପ୍ରାଥମିକ ସୂଚନା ଅନୁସାରେ ସେ କ୍ଵାସିର ବୋଲି ଡନ୍ ନିଜ ରିପୋର୍ଟରେ ସ୍ପଷ୍ଟ କରିଛି ।
କେବଳ ଏତିକି ନୁହେଁ ଡନ୍ର ସୂଚନା ଅନୁସାରେ, କ୍ଵାସିରକୁ ଟାର୍ଗେଟ୍ କରାଯାଇଥିଲା । ଆଉ ଲକ୍ଷ୍ୟ ଭେଦ କରିଥିଲା ଗୁଳି । ଆଉ ରାସ୍ତା ଉପରେ ହିଁ ଟଳିପଡିଥିଲା କ୍ଵାସିର । ହେଲେ ବର୍ତ୍ତମାନ ସେ କେଉଁଠାରେ ଅଛି ? ଯଦି ତାର ମୃତ୍ୟୁ ହୋଇଛି ତେବେ ଶବ କୁଆଡେ ଗଲା ? କିଛି ଏମିତି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ କ୍ଵାସିରର ମୃତ୍ୟୁଖବରକୁ ନେଇ ଏବେ ଅନ୍ତର୍ଜାତୀଯ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା।
ଅଧିକ ପଢ଼ନ୍ତୁ ବିଦେଶ ଖବର
ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗକୁ ଗୋଚାଲାଣ ବେଳେ ଗୋରୁ ଭର୍ତି 2ଟି ପିକଅପ ଭ୍ୟାନ ଜବତ l 50ରୁ ଉର୍ଦ୍ଧ ଗୋରୁ ଉଦ୍ଦାର l 57ନମ୍ବର ରାଜ୍ୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ ଚାଲାଣ ବେଳେ ନହରା ଗାଁ ଭିତରୁ ରୁ ଜବଦ କରିଛି କମାର୍ଦ୍ଦl ପୋଲିସ l ସମସ୍ତ ଗୋରୁ କୁ ଉଦ୍ଦାର କରି ବାଲେଶ୍ୱର ବାମପଦା ଗୋଶାଳାକୁ କୁ ସ୍ଥାନାନ୍ତର l ଜଣେ ଡ୍ରାଇଭର କୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର l ପିକଅପ ଭ୍ୟାନ ଜବତ କରି ଅଧିକ ତଦନ୍ତ କରୁଛି କାମର୍ଦ୍ଦl ପୋଲିସ। ବାରମ୍ୱାର ରାଜ୍ୟରେ ଏଭଳି ଘଟଣା ସାମ୍ନାକୁ ଆସୁଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: