ସେହିପରି ମୁଦିପଡା ଜାଗେଶ୍ୱର ବାବା ଏବଂ ଝାଡୁଆପଡାର ଲୋକନାଥ ବାବାଙ୍କ ୨ ତାରିଖ ପତର ପେଣ୍ତି , ୩ ତାରିଖ ଦେବ ନିମନ୍ତ୍ରଣ ରହଛି । ୩ ତାରିଖ ୩ ଟି ପଡାର ଶିବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ , ୫ ତାରିଖ ସଂଦ୍ଧ୍ୟାରୁ ୬ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଯୁଗଳ ଦର୍ଶନ ମୁଖ୍ୟ ଶୋଭାଯାତ୍ରା ହେବ । ଚଳିତ ବର୍ଷ ନନ୍ଦପଡା ଯାତ୍ରା କମିଟି ପକ୍ଷରୁ ୨୫ ଟି, ମୁଦିପଡାର ୨୪ ଟି ଓ ଝାଡୁଆପଡାର ୨୫ ଟି ସାସ୍କୃତି ଦଳ ପାଖାପାଖି ୬ ହଜାର ରୁ ଅଧିକ କଳକାର ଯାତ୍ରାରେ ସାମିଲ ହେବେ ।
ଏଥିରେ ଅନେକ ଦଳ ରାଜ୍ୟ ବାହାର ରହିଛନ୍ତି । ପ୍ରସିଦ୍ଧ ଶୀତଳ ଷଷ୍ଠୀ ପାଇ ରାଜ୍ୟ ସରକାରଙ୍କୁ ଆର୍ଥିକ ସହୟତା ଦାବି କରିଥିଲେ ମଧ୍ୟ ତାହା ମିଳିନଥିବା ଅଭିଯୋଗ ହୋଇଛି।