ବିହାର ରାଜ୍ୟ ଔରାଙ୍ଗାବାଦ୍ ନିକଟସ୍ଥ ଚିଲକିଭିଗା ଗ୍ରାମର ଜିତେନ୍ଦ୍ର ବର୍ମା ଓ ପତ୍ନୀ ରୀନା ବର୍ମା ୨୦୨୧ ରେ ମୋହନ ଚନ୍ଦ୍ର ସାହୁଙ୍କ ଠାରୁ ୧ ଏକର ଜମି ୨୦୨୪ ଯାଏ ଲିଜରେ ନେଇ ଏହି ଚାଷ ପ୍ରଣାଳୀ ଆରମ୍ଭ କରିଥିଲେ । ହେଲେ ଚଳିତ ବର୍ଷ ଏଥିରେ ସଫଳତା ମିଳିବା ପରେ ଜିଲ୍ଲା କାହିଁକି ସମଗ୍ର ରାଜ୍ୟରେ ଏହି ଷ୍ଟ୍ରବେରୀ ଚାଷକୁ ନେଇ ଏକ ସଫଳ କାହାଣୀ ସାମ୍ନାକୁ ଆସିଛି ।
ଗତ ବର୍ଷ ଏହି ଚାଷ କରିଥିଲେି ଅନୁକୂଳ ପାଣିପାଗ ଅଭାବରୁ ସେତେଟା ସଫଳ ହୋଇନଥିଲେବି ଦୃଢ଼ ଇଚ୍ଛାଶକ୍ତି ହିଁ ସେମାନଙ୍କୁ ଏହି ସଫଳତାର ବାଟ ଦେଖାଇଥିବା ବିହାରୀ ଦମ୍ପତି କହିଛନ୍ତି । ସେମାନଙ୍କ କହିବା ଅନୁସାରେ ସେମାନେ ଏହି ଚାଷ ପୂର୍ବରୁ ବିହାରରେ କରୁଥିଲେ । ଏଥିପାଇଁ ସେମାନେ ତାଲିମ ମଧ୍ୟ ନେଇଛନ୍ତି । ସେଠାରେ ଜମି ସମସ୍ୟା କାରଣରୁ ନିଜ ପତ୍ନୀଙ୍କ ଘର ମାନେଶ୍ୱର ବ୍ଲକର ଗୁଲୁଣ୍ଡା ହୋଇଥିବାରୁ ଓଡିଶା ଆସି ସେମାନେ ପୁଣି ଷ୍ଟ୍ରବେରୀ ଚାଷପାଇଁ ଅଣ୍ଟା ଭିଡିଥିବା କହିଛନ୍ତି ।
ଦୈନିକ ପ୍ରାୟ ୧ କ୍ୟୁଣ୍ଟାଲରୁ ଅଧିକ ଫଳ ସମ୍ବଲପୁର ଓ ଭୁବନେଶ୍ବର ପଠାଉଛନ୍ତି । ନଭେମ୍ବର ରୁ ଫେବ୍ରୁଆରି ୪ ମାସ ମଧ୍ୟରେ ଫଳ ଆମଦାନି ହୋଇଥାଏ । ଶୀତ ରହିଲେ ଏହା ଅଧିକ ଫଳଦେବ ବୋଲି ସେମେନେ ଆଶା ପ୍ରକାଶ କରିଛନ୍ତି । ଏହି ଚାଷ ପାଇଁ କମ୍ପୋଷ୍ଟ,ଡିଏଫଏ ଓ ପଟାସ ଭଳି ସାରର ଅବଶ୍ୟତା ରହୁଥିବା ଓ ଉର୍ବର ଜମିହିଁ ଏଥିପାଇଁ ଉପଯୋଗି ହୋଇଥାଏ ।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ