ସମ୍ୱଲପୁର: ସମ୍ବଲପୁର ପାଇବ ପ୍ରଧାନମନ୍ତ୍ରୀ ଉତ୍କଷ ପୁରସ୍କାର । ଜିଲ୍ଲାରେ ୨୦୧୯ ମସିହାରେ ଅଭିଯୋଗ ଶୁଣାଣି ପାଇଁ ଆରମ୍ଭ ହୋଇଥିବା 'ଗୋଟିଏ ଜିଲ୍ଲା, ଗୋଟିଏ ନମ୍ୱର' ପୋର୍ଟାଲ ଓ କଲ୍ ସେଣ୍ଟର ଟେକ୍ନୋଲୋଜି' ସାଧାରଣ ପ୍ରଶାସନରେ ପ୍ରଧାନମନ୍ତ୍ରୀ ଉତ୍କର୍ଷ ପୁରସ୍କାର' ପାଇବା ପାଇଁ ଦେଶର ପୂର୍ବ କ୍ଷେତ୍ରରୁ ମୋନାନୀତ ହୋଇଛି । ସାରା ଭାରତରୁ ୧୩୯ ଟି ଜିଲ୍ଲା ଏଥି ସକାଶେ ଆବେଦନ କରିଥିବା ବେଳେ ଉତ୍ତର କ୍ଷେତ୍ରରୁ ୪ ଟି ଜିଲ୍ଲା, ଦକ୍ଷିଣ, ପଶ୍ଚିମ ଓପୂର୍ବ କ୍ଷେତ୍ରରୁ ୩ ଟି ଲେଖାଏଁ ଜିଲ୍ଲା ମୋନନୀତ ହୋଇଛନ୍ତି। ପୂର୍ବ କ୍ଷେତ୍ରରେ ବିହାରର ସିରୋହୀ ଜିଲ୍ଲା,ମଧ୍ୟପ୍ରଦେଶର ଚିନୱାରା ଜିଲ୍ଲା ସହିତ ଓଡ଼ିଶାର ସମ୍ବଲପୁର ଜିଲ୍ଲା ରହିଛି। ଗୁରୁବାର ଏକ ପ୍ୟାନେଲ ସମ୍ମୁଖରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା' ଗୋଟିଏ ଜିଲ୍ଲା, ଗୋଟିଏ ନମ୍ବର' ରେ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ।
ୱେବ, ଆପ୍ ଓ କଲ୍ ସେଣ୍ଟରର ସମନ୍ଵୟ ବିଷୟରେ ସେ ଉଲ୍ଲେଖ କରିଥିଲେ। ସମ୍ବଲପୁର ଜିଲ୍ଲାରେ ଅକ୍ଟୋବର ୧,୨୦୧୯ ରୁ ଲାଗୁ ହୋଇଥିବା ଅଭିଯୋଗ ଶୁଣାଣି ରେ ଜିଲ୍ଲାପାଳ ଶୁଭମ୍ ସକ୍ସେନା ଅଭିଯୋଗର ଟ୍ରାକିଂ ଓ ମନିଟରିଂ ବ୍ୟବସ୍ଥା ସହ ଏଥିରେ ୧୫୫ ଟି କାର୍ଯ୍ୟାଳୟକୁ ସଂଯୋଗ, ସମାଧାନ କ୍ଷେତ୍ରରେ ପଦକ୍ଷେପ ଓ ଉତ୍ତରଦାୟୀ କରିବା, କଲ୍ ରେକଡ଼ିଂ ବ୍ୟବସ୍ଥା କରି ଅଭିଯୋଗକାରୀ ଙ୍କ ପ୍ରତିକ୍ରିୟା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ଆଦି ବିଷୟରେ କହିଥିଲେ।
ଇ- ଗଭରନେନ୍ସ ଦ୍ୱାରା ସଠିକ୍ ପ୍ରୟାସ କରି ଇନଫର୍ମଡ ଡିସିଜନ ନିଆଯାଇପାରୁଛି।୨୦୧୯ ପୂର୍ବରୁ ଅଭିଯୋଗ ସମାଧାନ ୨୩ ପ୍ରତିଶତ ଥିବା ବେଳେ ଏବେ ତାହା ୯୩ ପ୍ରତିଶତରେ ପହଂଚିଛି। ଏହାଦ୍ଵାରା ଦୂର ଦୁରାନ୍ତରୁ ଅଭିଯୋଗ କରିବା ପାଇଁ ଜିଲ୍ଲାପାଳ କାର୍ୟ୍ୟାଳୟକୁ ବାରମ୍ବାର ଆସିବାକୁ ପଡୁନାହିଁ। କୌଣସି ଅଭିଯୋଗ କରିବା ପରେ ତାହା ପୋର୍ଟାଲ ରେ ପଞ୍ଜୀକୃତ ହୋଇ ଅଭିଯୋଗକାରୀଙ୍କୁ ତାହାର ଏକ ସଂଖ୍ୟା ପ୍ରଦାନ କରାଯାଇଥାଏ ଯାହାଫଳରେ ଅଭିଯୋଗକାରୀ ଅଭିଯୋଗ ର ଷ୍ଟାଟସ୍ ବିଷୟରେ ଜାଣିପାରି ଥାଏ।
ଏହାପରେ ଏହି ଅଭିଯୋଗକୁ ପୋର୍ଟାଲ ବା ଆପ ରେ ଜିଲ୍ଲା ମୁଖ୍ୟ କାର୍ୟ୍ୟାଳୟକୁ ଯିବା ପରେ ତାହାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପଠାଯାଇ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଏ। ଉକ୍ତ ଅଧିକାରୀ ସମାଧାନ ନେଇ ପଦକ୍ଷେପ ନେଲା ପରେ ତାକୁ ପୁଣି ଜିଲ୍ଲା ପୋର୍ଟାଲ ଆପ ରେ ଅପୋଲୋଡ କରିଥାନ୍ତି। ଏହାପରେ ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗକାରୀ ପାଖକୁ ଏକ ମେସେଜ ପଠାଯାଇଥାଏ। ବର୍ତ୍ତମାନ ଜିଲ୍ଲାରେ ୪୭୫୦ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ଏଥିରୁ ୩୯୩୬ ଟି ସମାଧାନ କରାଯାଇଛି ।