ଯୁଗଜନ୍ମା କଳାକାର ଭାବେ ଅନେକ ଚଳଚ୍ଚିତ୍ରରେ ତାଙ୍କ ନିପୁଣ ଅଭିନୟରେ ଶ୍ରେଷ୍ଠ ପୁରସ୍କାର ପ୍ରାପ୍ତ କରିବା ସହ ଅନେକ ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗ ଆମ ଦଳ ତଥା ରାଜ୍ୟ ସିନେମା ଜଗତ ପାଇଁ ଏକ ଅପୁରଣୀୟ କ୍ଷତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକରେ ସମୀର ମହାନ୍ତିଙ୍କ ଶୋକ

ଅର୍ଗସ ବ୍ୟୁରୋ: ଓଡ଼ିଆ ସିନେଜଗତର ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ଟ୍ଵିଟ କରି ଶ୍ରୀ ମହାନ୍ତି ଲେଖିଛନ୍ତି ଯେ ବର୍ଷୀୟାନ ଓଲିଉଡ଼ ଅଭିନେତା ତଥା ଆମ ଦଳର ବରିଷ୍ଠ ନେତା ମିହିର ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ।
Download Argus News App
