ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ବାସ୍ତବ କ୍ଷେତ୍ରରେ ସଠିକ କାର୍ଯ୍ୟନ୍ୱୟନର ସମୀକ୍ଷା ଏବଂ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଗତ ୭ରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ତରଫରୁ ସାମାଜିକ ନ୍ୟାୟ ପକ୍ଷ ପାଳନ କରାଯାଉଛି । ପକ୍ଷ ପାଳନର ସପ୍ତମ ଦିବସରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ନୟାଗଡ ଜିଲ୍ଲା ରଣପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପାଳପୁରରେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ଲାଭାନ୍ୱିତ ହୋଇଥିବା ବ୍ୟକ୍ତିଙ୍କୁ ଭେଟି ଆଲୋଚନା କରିବା ସହିତ ହିତାଧିକାରୀ ସମାବେଶକୁ ସମ୍ବୋଧନ କରିଥିଲେ । ଏହି ଅବସରରେ ରାଜ୍ୟ ସଭାପତି ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ବେହେରା, ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀପ୍ରିୟା ବେହେରା ଏବଂ ସମସ୍ତ ସରପଂଚ ଏବଂ ସମିତି ସଭ୍ୟମାନଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ବରିଷ୍ଠ ନେତ୍ରୀ ସୁରମା ପାଢୀ, ନୟାଗଡ ଜିଲ୍ଲା ସଭାପତି ଲାଲା ମନୋଜ ରାୟଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।