ଚଳିତ ପଂଚାୟତ ନିର୍ବାଚନ ପ୍ରଚାର ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ପୁରୀ ଜିଲ୍ଲା ସତ୍ୟବାଦୀ କଣାସ ଜୋନ-୪ ର ପାଣ୍ଡିଆକେରା, ବଡପୁଟ, ସାନପୁଟ ଦୋକନ୍ଦା, ନାନେକେରା, ବଡାସ, ଛୋଡିଯୋଡି ଆଦି ବିଭିନ୍ନ ଗ୍ରାମ ଗସ୍ତ କରି ଦଳୀୟ ପ୍ରାର୍ଥୀ ସୈାମ୍ୟ ରଂଜନ ବଳିଆରସିଂହ ସପକ୍ଷରେ ଭୋଟ ନିବେଦନ କରିଛନ୍ତି । ଏହି ଅବସରରେ ବରିଷ୍ଠ ନେତା କୃଷ୍ଣ ଜଗଦ୍ଦେବ, ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମପ୍ରକାଶ ମିଶ୍ର ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ସେହିପରି ଅପରାହ୍ନରେ କଟକ ସଦର ନିର୍ବାଚନମଣ୍ଡଳୀର ଜୋନ-୪ ରେ ଦଳୀୟ ପ୍ରାର୍ଥିନୀ ସୁଜାତା ଦାସଙ୍କ ସପକ୍ଷରେ ସଇଣ୍ଡା, ନଛିପୁର, ଖଣ୍ଡେଇତା, ଶଙ୍ଖତ୍ରାସ ଗ୍ରାମ ଏବଂ ଜୋନ-୬ ରେ ଦଳୀୟ ପ୍ରାର୍ଥିନୀ ମଧୁସ୍ମିତା ସାସମଲଙ୍କ ସପକ୍ଷରେ ବୈାଳିଶମୈାଜା ଅଂଚଳର କୁଳସଂକୁଚୁଆଁ, କଳପଡା, ବେଂଟପୁର ଗ୍ରାମରେ ବାଇକଯାତ୍ରା ଓ ପଦଯାତ୍ରା କରି ଭୋଟ ନିବେଦନ କରିଥିଲେ । ଏହି ଅବସରରେ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ଦୀର୍ଘ ୨୨ ବର୍ଷ ଧରି ନିରୁଙ୍କଶ ଭାବେ ରାଜ୍ୟ ଶାସନ କ୍ଷମତାରେ ଥିବା ଶାସକ ବିଜେଡି, ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାକୁ କପି କରି ନିଜ ନାମରେ ବ୍ରାଣ୍ଡିଂ କରିବା ବ୍ୟତୀତ ଆଉ କିଛି କରିନାହାନ୍ତି । ବର୍ତମାନ ମଧ୍ୟ ଗ୍ରାମଂଚଳର ରାସ୍ତାକୁ ସଜାଡି ପାରିଲେ ନାହିଁ । କେନ୍ଦ୍ର ସରକାରଙ୍କୁ ସଠିକ ହିତାଧିକାରୀ ତାଲିକା ନପଠାଇ ପିଏମ କିଷାନ ଯୋଜନାର ସୁଲାଭରୁ ଚାଷୀ ଭାଇଭଉଣୀମାନଙ୍କୁ ବଂଚିତ ରଖାଯିବା ପଛରେ ଉଦ୍ଦେଶ୍ୟ କଣ ? ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଧାନମଣ୍ଡି ବ୍ୟବସ୍ଥା କାରଣରୁ ଚାଷୀ ଆଜି ତାର କଷ୍ଟ ଉପାର୍ଜିତ ଶସ୍ୟକୁ ସଠିକ ମୂଳ୍ୟରେ ବିକ୍ରି କରିନପାରି ହନ୍ତସନ୍ତ ହେଉଛି । ସେହିପରି ୧୪ଦଶ ଓ ୧୫ ଦଶ ଅର୍ଥ କମିଶନରେ ଗ୍ରାମାଂଚଳର ବିକାଶ ପାଇଁ ବ୍ୟାପକ ମାତ୍ରରେ ଆର୍ଥିକ ଅନୁଦାନ ମୋଦି ସରକାର ସିଧାସଳଖ ଭାବେ ପଂଚାୟତକୁ ପଠାଇଲେ । ଏହି ଅର୍ଥରେ ଲୋକମାନଙ୍କ ଜୀବନ ଧରଣମାନର ଉନ୍ନତି ହେବା ପରିବର୍ତେ କୈାଣସି ପରିବର୍ତନ ଲକ୍ଷ୍ୟ ହେଉନାହିଁ । ଏହି ଅର୍ଥକୁ କିଛି ମୁଷ୍ଟିମେୟ ସରକାରୀ ଅଧିକାରୀଙ୍କ ସହାୟତାରେ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ହରିଲୁଟ୍ କରି ବିକାଶର ବାଧକ ସାଜିଲେ । ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି ଅଭାବ କାରଣରୁ ଗ୍ରାମାଂଚଳର ବିକାଶ ହୋଇପାରୁନାହିଁ । ରାଜ୍ୟର ଗ୍ରାମଂଚଳର ବିକାଶ ପାଇଁ ମୋଦି ସରକାର ପଠାଉଥିବା ଟଙ୍କାକୁ ଶତପ୍ରତିଶତ ଖର୍ଚ୍ଚ କରି ଜୀବନ ଧାରଣମାନ ଉନ୍ନତି ଆଣିବାକୁ ହେଲେ ସୁଦୃଢ ଜିଲ୍ଲା ପରିଷଦ ନେତୃତ୍ୱର ଆବଶ୍ୟକତା ରହିଛି । ଭାରତୀୟ ଜନତା ପାର୍ଟିକୁ ନେଇ ଲୋକମାନଙ୍କର ଯେଉଁ ସ୍ନେହଶ୍ରଦ୍ଧା ପ୍ରକାଶ ପାଇଛି ତାହା ଏଥର ପଂଚାୟତ ନିର୍ବାଚନରେ ଭୋଟରେ ରୁପାନ୍ତରିତ ହୋଇ ବିଜୟ ସୁନିଶ୍ଚିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।