ବି-ଟାଉନ୍ରେ ଟ୍ୟାକ୍ସଚୋରି
ଅର୍ଗସ ବ୍ୟୁରୋ: ଶିକ୍ଷା ବିଭାଗ ସତର୍କ ଅଛି । କରୋନା ସଂକ୍ରମଣକୁ ନେଇ ସତର୍କ ଅଛି ଶିକ୍ଷା ବିଭାଗ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । କରୋଭିଡର ସଠିକ ପରିଚାଳନା କରି ସଫଳତା ମିଳିଛି । ଗତକାଲି ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।
ଏବଂ ଆମେ ସମସ୍ତେ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ତେବେ ପରିସ୍ଥିତି ଆସିଲେ ସ୍କୁଲ ବନ୍ଦ କିମ୍ବା ଲକଡାଉନ ସମ୍ପର୍କରେ ଚିନ୍ତା କରାଯିବ ବୋଲି ସେ କହିଛନ୍ତି । ଏବେ ଏସଓପି ନେଇ ସ୍କୁଲ ଚାଲିଛି । ଆଗକୁ ବ୍ୟବସ୍ଥା ଦେଖି ବିଚାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପୁଣି ଥରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟରେ ଭୟଭୀତ ସ୍ଥିତି । ଅନ୍ୟପଟେ ଦେଶରେ ୫ଟି ରାଜ୍ୟରେ ଅଚାନକ କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି ।