ଏହି ଟ୍ରେନକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ କିଶନ ରେଡ୍ଡୀ ଲୋକାର୍ପଣ କରିଛନ୍ତି । ଏହା ଦ୍ୱାରା ଓଡିଶା ଏବଂ ଓଡିଆ ସଂସ୍କୃତିର ଗାଥା ଦେଶ ତଥା ବିଦେଶରେ ପହଂଚିବାରେ ସହାୟକ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଖୁସି ବ୍ୟକ୍ତ କରି କହିଛନ୍ତି ।
ଏହି ଟ୍ରେନର ଯାତାୟତ କାରଣରୁ ସାଧାରଣ ନାଗରିକଙ୍କୁ ସୁଲଭ ଦରରେ ତୀର୍ଥଯାତ୍ରାର ସୁବିଧା ମିଳିପାରିବ । ଓଡିଶାର ପର୍ଯ୍ୟଟନକୁ ଅଗ୍ରାଧିକାର ଦିଗରେ ଆଗ୍ରହ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ରେଳ, ଶିକ୍ଷା ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।