ପାର୍ଟିର ଜଣେ ଶୃଙ୍ଖଳିତ ଓ ନିଷ୍ଠାପର କାର୍ଯ୍ୟକର୍ତା ଭାବେ ସ୍ୱର୍ଗତଃ ସାହୁଙ୍କ ଅକାଳ ବିୟୋଗରେ ଆମେ ସମସ୍ତେ ମର୍ମାହତ ଏବଂ ଏହା ପାର୍ଟି ପାଇଁ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରି ପ୍ରଭୁ ଶ୍ର ଜଗନ୍ନାଥ ଓ ମା ସମଲେଶ୍ୱରୀଙ୍କଠାରେ ପ୍ରାର୍ଥନା କରିବା ସହିତ ଶୋକସନ୍ତପ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।
ଗତକାଲି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ରାସ୍ତାରେ ପଡିଥିବା ସତ୍ୱେ ଆମ୍ବୁଲାନ୍ସ ପହଂଚି ପାରିନଥିଲା । ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ପଦମପୁର ଡାକ୍ତରାଖାନାକୁ ପହଂଚିବା ପରେ ଅକ୍ସିଜେନ ଅଭାବର କାରଣ ଦର୍ଶାଇ କାର୍ଯ୍ୟରତ ଡାକ୍ତର ତୁରନ୍ତ ବୁର୍ଲାକୁ ପଠାଇ ଦେଇଥିଲେ ଏବଂ ରାସ୍ତାରେ ହିଁ ତାଙ୍କର ନିଧନ ହୋଇଥିଲା । ସ୍ୱର୍ଗତଃ ସାହୁଙ୍କ ଅକାଳ ମୃତ୍ୟୁ ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ପଦାରେ ପକାଇ ଦେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।