Matantar: ଯୁବ ଗୋଷ୍ଠୀଙ୍କୁ ବେଶୀ ବିପଦ...
ପୁରୀ : ଆଜି ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ। ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀଙ୍କୁ ଜାତୀୟ ଯୁବ ଦିବସ ରୂପେ ପାଳନ କରାଯାଏ। ତେବେ ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳା ମାଧ୍ୟମରେ ଯୁବ ପୀଢିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ର କଳାଟିଏ ଗଢିବା ସହ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିକୃତିକୁ ଏଥିରେ ସ୍ଥାନିତ କରିଛନ୍ତି। ଏହି କଳାକୃତି ମାଧ୍ୟମରେ ସ୍ଵାମୀ ବିବେକାନନ୍ଦଙ୍କ ଜୀବନଶୈଳୀକୁ ଆପଣେଇବାକୁ ସୁଦର୍ଶନ ବାର୍ତ୍ତା ଦେଇଛନ୍ତି।