
କେନ୍ଦ୍ରାପଡା: ରାଜ୍ୟ ଓ ଅନ୍ତରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଥିବା ବାଲୁକା ଶିଳ୍ପୀ ବଲ୍ଲଭ ମହାପାତ୍ରଙ୍କୁ ମିଳୁନି ସରକାରୀ ସହାୟତା । ଏ ନେଇ ତାଙ୍କ ପରିବାର ଲୋକେ ଆଣିଛନ୍ତି ଅଭିଯୋଗ ।

ନୂତନ ବର୍ଷର ଆଗମନର ପ୍ରଥମ ଦିନରେ ନିଜ ଗାଁ ଗୋପିନାଥପୁର ଗ୍ରାମରେ ନିଜର କଳା ପ୍ରଦର୍ଶନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବଲ୍ଲଭ । ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ବାଲୁକାରେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରି ପୂଜା ଅର୍ଚ୍ଚନା କରି ଓଡିଆଙ୍କ ଶୁଭ ମନାସିଛନ୍ତି ।

ଗରିବ ପରିବାରରେ ଜନ୍ମଗ୍ରହଣ କରି ରାଜ୍ୟପାଇଁ ଗୌରବ ଆଣିଥିବା ବଲ୍ଲଭଙ୍କୁ ଭୂଲିଯାଇଛନ୍ତି ସରକାର । ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି ବଲ୍ଲଭ । ଘରେ ବୃଧ୍ୟା ମା ଓ ପରିବାରର ବୋଝ । ପରିବାର ଅତି କଷ୍ଟରେ ଚଳୁଛି ବୋଲି ଦୁଃଖରେ ପ୍ରକାଶ କରନ୍ତି ବଲ୍ଲଭଙ୍କ ମା ଓ ପତ୍ନୀ ।

କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ବାଲୁକା ଶିଳ୍ପୀ ବଲ୍ଲଭ ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ପ୍ରଶାସନ ତରଫରୁ କୌଣସି ମୌଳିକ ସୁବିଧା ମିଳିନାହିଁ । ତେବେ ଆଶା କରୁଛୁ ବଲ୍ଲଭଙ୍କୁ ସରକାରଙ୍କ ତରଫରୁ ସହଯୋଗ କରାଗଲେ ସେ ଆହୁରି ଆଗକୁ ଯାଇପାରିବା ସହ ଜିଲ୍ଲା ତଥା ରାଜ୍ୟରେ ସୁନାମ ଅର୍ଜନ କରିପାରନ୍ତେ ।
