9 ଦିନର ଯୁଦ୍ଧରେ ଅକଥନୀୟ କ୍ଷତି ସହିଲାଣି ୟୁକ୍ରେନ । କିଭ୍ ଓ ଖାରକିଭ୍ ଛାରଖାର ହେବାକୁ ବସିଲାଣି । ଅନ୍ୟପଟେ ଆଜି ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି ରୁଷ୍ । ଏହା ହେଉଛି ୟୁରୋପର ସବୁଠାରୁ ବଡ ନ୍ୟକ୍ଲିୟର ପ୍ଲାଣ୍ଟ । ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ତୁରନ୍ତ ଆକ୍ରମଣ ବନ୍ଦ ପାଇଁ ଅପିଲ୍ କରିଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା । ଯଦି ବିସ୍ଫୋରଣ ହୁଏ ତେବେ ଚେର୍ଣ୍ଣୋବିଲର ଏହା 10 ଗୁଣ ହେବ ବୋଲି ସେ ସତର୍କ କରାଇଛନ୍ତି ।
ସୂଚନାଯୋଗ୍ୟ, ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ୟୁକ୍ରେନର ପଡୋଶୀ ଦେଶ ରୋମାନିଆ, ହଙ୍ଗେରୀ ଏବଂ ପୋଲାଣ୍ଡ ଦେଇ ସ୍ୱଦେଶ ଫେରାଇ ଅଣାଯାଉଛି । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ବିଶେଷ ଦୂତ ଭାବେ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ୟୁକ୍ରେନର ୪ ପଡୋଶୀ ଦେଶକୁ ପଠାଯାଇଛି । ବିଦେଶ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଯୁଦ୍ଧ ଆରମ୍ଭ ହେବା ସମୟରେ ପ୍ରାୟ ୨୦ ହଜାର ଭାରତୀୟ ଫସି ରହିଥିଲେ । ଏଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଅଧାରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ସ୍ୱଦେଶ ଫେରାଇ ଅଣାଯାଇଛି ।
Odisha: Sand artist Sudarsan Pattnaik created sand art at Puri beach amid the conflict between #RussiaUkraine (03.03) pic.twitter.com/PITVymSd9C — ANI (@ANI) March 3, 2022