ଅଧିକ ପଢ଼ନ୍ତୁ: ରାଜ୍ୟସାରା ବଢିଚାଲିଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ
ବେଆଇନ୍ ବାଲିଚାଲାଣ ବେଳେ ଏହି ଟ୍ରାକ୍ଟରକୁ ସିଜ୍ କରିଛି ବେତନଟୀ ପୋଲିସ। ଫେରାର ହୋଇ ଯାଇଛି ଚାଳକ। କଥା ଏତିକିରେ ସରିନି ପ୍ରତିବାଦ କରିବାରୁ ସ୍ଥାନୀୟ ଯୁବକ ବନ୍ଦନ ଜେନା ଓ ଚନ୍ଦନ ଜେନାଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ। ଜୀବନ ପ୍ରତି ବିପଦ ଥିବାରୁ ପୋଲିସ ସୁରକ୍ଷା ଲୋଡିଛନ୍ତି ଦୁଇ ଭାଇ। ବାଲି ଘାଟରେ ମାଫିଆ ରାଜ। ମୟୁରଭଞ୍ଜ ଜିଲ୍ଲାରେ ଶହଶହ ବେଆଇନ ବାଲି ଓ ପଥର ଖାଦାନକୁ ମାଫିଆ ତାଙ୍କ ଅକ୍ତିଆରକୁ ନେଇ ସାରିଲେଣି।
କିଛି ଦିନ ପୂର୍ବେ ଢେଙ୍କାନାଳ କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ମଦନ ମୋହନ ଜେନାଙ୍କ ଉପରେ ହୋଇଥିଲେ ମରଣାନ୍ତକ ଆକ୍ରମଣ। ଏହା ପୂର୍ବରୁ ବାଲେଶ୍ୱର ନୀଳଗିରିରେ ତହସିଲଦାରଙ୍କ ଉପରେ ଆକ୍ରମଣ କରି ତାଙ୍କ ବାଇକ ଛଡାଇ ନେଇଥିଲେ ମାଫିଆ। ସେହିଭଳି କିଛିଦିନ ତଳେ ବଲାଙ୍ଗିର କଣ୍ଟାବାଞ୍ଝିରେ ଆଡିସନାଲ୍ ତହସିଲଦାରଙ୍କ ଉପରେ ହୋଇଥିଲା ଆକ୍ରମଣ। ସାରା ରାଜ୍ୟରେ ବାଲି ମାଫିଆଙ୍କ ରାଜ୍। ଶାସକ ଦଳର ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ଛତ୍ରଛାୟାରେ ଧଳାହୀରା କାରବାରର ଡନ୍ ।ରାଜ୍ୟ ସାରା ଏମିତି ମାଳ ମାଳ ଅଭିଯୋଗ ସତ୍ତ୍ୱେ ହେଉନି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ। ବଡ ପ୍ରଶ୍ନ, କିଏ ବାନ୍ଧିଛି ସରକାରଙ୍କ ହାତ ? କାହିଁକି ଚୁପ୍ ରାଜସ୍ବ ମନ୍ତ୍ରୀ ? ବେଆଇନ୍ ବାଲି ଲୁଟ୍ ପାଇଁ ବଳ ଦେଉଛି କିଏ ?