ଯାହାର ସମ୍ପୂର୍ଣ୍ଣ ଫାଇଦା ଉଠାଉଛନ୍ତି ଚନ୍ଦନ କାଠ ମାଫିଆ ।ପ୍ରତିଦିନ ଏହି ଗଛକୁ କାଟି ନେଉଛନ୍ତି ମାଫିଆ ।ପାରଳା ମହାରାଜାଙ୍କ ତତ୍ତ୍ୱାବଧାନରେ ସୃଷ୍ଟି ହୋଇଥିବା ଏହି ରକ୍ତ ଚନ୍ଦନ ବଣ ଦକ୍ଷିଣ ଏସିଆର ବୃହତ ଅଞ୍ଚଳ ବୋଲି କୁହାଯାଏ । ଔଷଧୀୟ ଗୁଣରେ ଭରପୁର ଏହି ଗଛରେ ପରିପୂର୍ଣ୍ଣ ବଣ ଏବେ ମାଫିଆଙ୍କ ଲୋଲୁପ ଦୃଷ୍ଟିରେ । କିଛିଦିନ ଅନ୍ତରରେ ଶହ ଶହ କିଲୋ ଓଜନର ରକ୍ତ ଚନ୍ଦନ କାଠକୁ ଭାୟା ଚେନ୍ନାଇ ଏବଂ ହାଇଦ୍ରାବାଦ ଦେଇ ବିଦେଶକୁ ରପ୍ତାନୀ କରାଯାଇଛି ।
ସେପଟେ ଆନ୍ଧ୍ର ପୁଲିସ୍ ହାତରେ ଏକାଧିକବାର ରକ୍ତ ଚନ୍ଦନ ତସ୍କରୀ ଗ୍ୟାଙ୍ଗ ଧରାପଡିବା ପରେ ଏହା ସ୍ପଷ୍ଟ ହୋଇଛି । ହେଲେ ଏହି ରାକେଟକୁ ଧରିବାରେ ବନବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ତେବେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହି ନିଜର ଦାୟିତ୍ୱ ସାରି ଦେଇଛି ବନବିଭାଗ । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ସୂଚନାନୁସାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନବିଭାଗ ଅଧୀନସ୍ଥ ମହେନ୍ଦ୍ରଗିରି ବନାଞ୍ଚଳ ଅଧୀନରେ ରହିଛି ରକ୍ତ ଚନ୍ଦନ ବଣ ।
ରକ୍ତଚନ୍ଦନ ଗଣ୍ଡି ଚୋରା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୧ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ଅନ୍ୟ ୪ଜଣ ଏବେ ବି ଫେରାର୍ ଅଛନ୍ତି । ହଜାର ହଜାର ଗଛ ମଧ୍ୟରୁ ବର୍ତ୍ତମାନ ହାତଗଣତି କିଛି ଗଛକୁ ବାଦଦେଲେ ବଳକା ସବୁ ଗଛ ଚାଲାଣ ହୋଇସାରିଥିବା ଲୋକେ ଅଭିଯୋଗ କରିବାସହ ବନବିଭାଗର ଦାୟିତ୍ୱ ହୀନତା ପ୍ରତି ଅଙ୍ଗୁଳି ଉଠାଇଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।