ଢେଙ୍କାନାଳରେ ମାତିଛନ୍ତି ମୋରମ ଲୁଟେରା । ସର୍କିଟ ହାଉସ ତଳୁ ମୋରମ ଚୋରା ଚାଲାଣ । ଢ଼େଙ୍କାନାଳ ବସଷ୍ଟାଣ୍ଡ ନିକଟ ଚଢ଼େଇରଗଡା ପାହାଡ଼ ଉପରେ ରହିଛି ସର୍କିଟ ହାଉସ । ସର୍କିଟ ହାଉସ ପାଚେରୀକୁ ଲାଗିଥିବା ପାହାଡ କାଟି ମୋରମ ଚାଲାଣ କରୁଛନ୍ତି ମାଫିଆ । ଲୋକଙ୍କ ଭାବାବେଗ ସହ ଜଡ଼ିତ ଚଢେଇ ରଗଡା ପାହାଡ । ଏଠାରୁ ବି ବିନା ବାଧାରେ ଲୁଟୁଛନ୍ତି ମାଫିଆ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା । ପୂର୍ବ-ପଶ୍ଚିମ-ଉତ୍ତର-ଦକ୍ଷିଣ ରାଜ୍ୟ ସାରା ଲଘୁଖଣିଜ ଲୁଟର ମାଳ ମାଳ ଅଭିଯୋଗ । କେନ୍ଦ୍ରାପଡାରେ ବିନା ନିଲାମରେ ବେଆଇନ୍ ଭାବେ ଖରସ୍ରୋତାରୁ ବାଲି ନେଇ ପ୍ରତାପ ଦେବ ଆଲିସାନ୍ ବଙ୍ଗଳା ବନାଉଥିବା ଅଭିଯୋଗ ହୋଇଛି ।
ଆଳି ତହସିଲ ଅଧୀନରେ 6 ଗୋଟି ବାଲି ଖଦାନ ରହିଛି । ଖାଦାନ ତାଲିକାରେ ଦେମାଳ ନାଁ ହିଁ ନାହିଁ । କିନ୍ତୁ ସମସ୍ତଙ୍କ ଆଖି ସାମ୍ନାରେ ଦେଖନ୍ତୁ ମେସିନ ଲଗାଇ ଆଳି ପ୍ୟାଲେସକୁ ଯାଉଛି ବାଲି । ସେମିତି ଖୋର୍ଦ୍ଦା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝରରେ ସମାନ ଅବସ୍ଥା । ପ୍ରତିବାଦ କଲେ ହତ୍ୟା ଉଦ୍ୟମ କରିବାକୁ ପଛାଉ ନାହାଁନ୍ତି ମାଫିଆ । ଯାଜପୁରରେ ତହସିଲଦାରଙ୍କୁ ଗାଡି ଚଢାଇ ମାରିବାକୁ ଉଦ୍ୟମ, ଖୋର୍ଦ୍ଧା ବେଗୁନିଆ ଆରଆଇଙ୍କୁ ମାଡ଼। ସବୁ ଦେଖି ନିରବ ପୋଲିସ ।