ବିଭିନ୍ନ ଠିକା ସଂସ୍ଥା ଅଧୀନରେ ଏମାନଙ୍କୁ କାମ ଦିଆଯାଇଥିଲା। ହେଲେ ହଠାତ୍ ଗତ ୧୦ ଦିନରୁ ସେମାନଙ୍କୁ ଆଉ କାମ ଦିଆଯାଉ ନାହିଁ। ସେମାନଙ୍କୁ କାମରୁ ବାହାର କରିଦିଆଯାଇଛି ବୋଲି ଖବର ମିଳିଥିଲା।
ପରେ ସମସ୍ତେ ଏକାଠି ହୋଇ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତୁରନ୍ତ କାମ ଦେବାକୁ ଦାବି କରିଥିଲେ। ସେପଟେ ଏ ନେଇ ଠିକ କର୍ମଚାରୀ ସଂଗଠନ ଓ ଅନେକ କର୍ପୋରେଟର ସିଏମସି କମିସନର ଓ ମେହେରଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କୁ ଥଇଥାନ ଖୁବଶୀଘ୍ର କରାଯିବ ବୋଲି ସିଏମସି କମିସନର କହିଛନ୍ତି।