ହଠାତ ଏକ ଅଜଣା ରୋଗରେ ପୀଡିତ ହେଲେ ସଞୁଲତା । ପ୍ରଥମେ ତାଙ୍କର ଗୋଡ ଓ ହାତ ସବୁ ବ୍ୟଥା ହୋଇ ଧିରେ ଧିରେ ଶରୀରର ଯନ୍ତ୍ରଣା ବଢିଲା । ନା ବିଛଣାରୁ ଉଠିପାରିଲେ ନା କୌଣସି କାମଧନ୍ଦା କରିପାରିଲେ । । ଅର୍ଥର ଅଭାବ ଯୋଗୁଁ ରୋଗର ଚିକିତ୍ସା ମଧ୍ୟ ହୋଇପାରିଲାନି । ଫଳରେ ଦିର୍ଘ ୮ବର୍ଷରୁ ଉର୍ଦ୍ଧ ସମୟ ହେବ ଖୋଲା ମେଲା ସାଢୀ ଟଙ୍ଗା ଘରେ ଦୀର୍ଘ ଦିନ ହେଲା ପଡ଼ି ରହିଛନ୍ତି। ପୁଅ ମୁଲଲାଗି ଯେତିକି ଆଣେ ସେତିକିରେ ପରିବାର ଚଳେ । ଯେଉଁଦିନ କିଛି ନମିଳେ ସେଦିନ ରହିବାକୁ ପଡେ ଉପାସ । ଓୌଷଧ କିଣିବା ତାଙ୍କ ପାଇଁ ସାତସପନ ପାଲଟିଛି । ଅସହ୍ୟ ଯନ୍ତ୍ରଣା ଏବଂ ପରିବାରର ବୋଝରେ ଛଟପଟ ହେଉଛନ୍ତି ସଞୁଲତା।ଶୁଣନ୍ତୁ ସେ କଣ କହୁଛନ୍ତି..
ସରକାରଙ୍କ ସମସ୍ତ ଯୋଜନାରୁ ବଂଚିତ ସଞୁଲତା । ସଞୁଲତା ଙ୍କ ପୁଅ ମୁଲ ଲାଗି ମାକୁ ଔଷଧ ଦେଇ ମାସ ସାରା ଚଳିବା ସମ୍ଭବ ହେଉନାହିଁ । । ଭଲ ଘର ଖଣ୍ଡେ ମଧ୍ୟ ନଥିବାରୁ ଭଙ୍ଗାଦଦରା ଖୋଲା ମେଲା ସାଢୀ ଟଙ୍ଗା ଝାଟି ଘରେ ଦୟନୀୟ ଭାବେ ରହୁଛନ୍ତି ସଞୁଲତା ପରିବାର। ଅନ୍ୟପଟେ ପରିବାର ଚଲାଇବାକୁ ଅର୍ଥ ନଥିବା ବେଳେ କିପରି ନିଜ ଚିକିତ୍ସା ହେବେ କଣ କରିବେ ସେନେଇ ଚିନ୍ତାରେ ସଞୁଲତା । ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି। ଘଟଣା ସମ୍ପର୍କରେ ଦାନଗଦି ବିଡ଼ିଓ ମଣୀ ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ଯଥା ସମ୍ଭବ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏବଂ ଚିକିତ୍ସା ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଜ୍ୟୋତିରଞନ ମହାପାତ୍ର ଙ୍କୁ ପଚାରିବାରୁ ସେ କହିଛନ୍ତି ଯଥାଶୀଘ୍ର ଦୁଇଦିନ ଭିତରେ ସମସ୍ତ ଚିକିତ୍ସା ବ୍ୟବସ୍ଥା କରି ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଜିବ ଏବଂ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ।
ତେବେ କେବେ ବିଡ଼ିଓ ଦେଇଥିବା ପ୍ରତିଶୃତି ଓ ମେଡିକାଲ ଅଫିସର ଦେଇଥିବା ପ୍ରତିଶୃତି କେତେ ଦୂରପାଳନ କରୁଛନ୍ତି ଏବଂ ସଞୁଲତା କେବେ ଚିକିତ୍ସା ହେବା ପାଇଁ ସହାୟତା ମିଳୁଛି ଓ ଚିକିତ୍ସା ହେଉଛନ୍ତି ତାହା ଦେଖିବାକୁ ବାକିରହିଲା।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।