ଶାନ୍ତି ରକ୍ଷା ପାଇଁ ଜିଲ୍ଲାରେ ୧୪୪ ଧାରା ବଳବତ୍ତର । ଏବେ ବି ଇଣ୍ଟରନେଟ ସେବା ବନ୍ଦ । ଇଏ ହେଉଛି ଯୋଡା ସହରର ଆଜିର ଚିତ୍ର । ରାସ୍ତା ଖାଁ ଖାଁ । ଦୋକାନ ବଜାର ବନ୍ଦ । ଲୋକଙ୍କ ଦେଖାନାହିଁ । ଏବେ ବି ଚାପା ଉତ୍ତେଜନା ଲାଗିରହିଛି । ସହରରେ ୧୬ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ଆଜି ବସିଥିବା ଶାନ୍ତି କମିଟି ବୈଠକରେ ସର୍ଵ ସମ୍ମତି କ୍ରମେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତେ ସହମତ ହୋଇଥିଲେ ।
ଆସନ୍ତାକାଲି ସକାଳ ୯ ଟାରୁ ୧୦ଟା ମଧ୍ୟରେ ୪ନଂ ୱାର୍ଡ ସ୍ଥିତ ଶିବ ମନ୍ଦିରକୁ ହନୁମାନ ଝଣ୍ଡା ନିଆଯିବାକୁ ବୈଠକରେ ସହମତି ପ୍ରକାଶ ପାଇଛି। ଉଭୟ ପକ୍ଷରୁ ୪ଜଣ ଲେଖାଏଁ ବ୍ୟକ୍ତି ଏହି ଝଣ୍ଡା ଯାତ୍ରାରେ ସାମିଲ ରହିବେ । ୩ ଜଣ ମାଜିଷ୍ଟ୍ରେଟ ଓ ପୋଲିସ୍ ଫୋର୍ସ ଉପସ୍ଥିତିରେ ଶିବ ମନ୍ଦିରକୁ ଝଣ୍ଡା ନିଆଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଏପରି ସ୍ଥିତିରେ ଶାନ୍ତି ବଜାୟ ରଖି ମହାବିଷୁବ ସଂକ୍ରାନ୍ତିରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି ।
ସମ୍ବଲପୁରରେ ହନୁମାନ ଜଯନ୍ତୀ ପୂର୍ବରୁ ହନୁମାନ ଭକ୍ତଙ୍କ ବାଇକ ରାଲିରେ ଅନ୍ୟଗୋଷ୍ଠୀ ଲୋକଙ୍କ ଟେକା ମାଡ଼। ମହାବିଷୁବ ସଂକ୍ରାନ୍ତିରେ କେମିତି ହେବ ଶୋଭାଯାତ୍ରା ? ଶାନ୍ତି କମିଟି ବୈଠକ ପରେ ବି ପୋଲିସ ପାଇଁ ବଡ ଆହ୍ବାନ ।
ହନୁମାନ ଜୟନ୍ତି ପାଇ ସମ୍ବଲପୁର ଜିଲ୍ଲା ପ୍ରଶାସନର ଘନ ଘନ ଶାନ୍ତି ବୈଠକ। ଜୟନ୍ତୀର ଦିନକ ପୁର୍ଵରୁ ହନୁମାନ ଭକ୍ତ କରିଥିଲେ ବାଇକ ରାଲି। ବାଇକ ରାଲି ସମୟରେ ଅନ୍ୟ ଗୋଷ୍ଠୀର ଲୋକେ ପଥର ମାରିଥିଲେ । ଧାରୁଆ ଅସ୍ତ୍ରରେ ଆକ୍ରମଣ ଉଦ୍ୟମ କରିଥିଲେ । କିଛି ସମୟ ପାଇଁ ସୃଷ୍ଟି ହୋଇଥିଲା ଉତ୍ତେଜନା। ବ୍ୟାପକ ପୋଲିସ ମୁତୟନ ପରେ ବି ଫେଲ ମାରିଥିଲା ପ୍ରଶାସନ । ହନୁମାନ ଜୟନ୍ତୀରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବସିଥିଲା ଶାନ୍ତି କମିଟି ବୈଠକ । ତଥାପି ଆସନ୍ତାକାଲି କେମିତି ସୁରୁଖୁରେ ସମ୍ପାଦନ ହେବ କାର୍ଯ୍ୟ , ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ।
କେନ୍ଦୁଝର ଯୋଡାରେ ବିବାଦ ଦେଖାଦେବା ପରେ ଫୋର୍ସ ମୁତୟନ ସତ୍ବେ ମହାବିଷୁବ ସଂକ୍ରାନ୍ତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ମହାବିଷୁବ ସଂକ୍ରାନ୍ତି ଏମିତି ଶାନ୍ତିଶୃଙ୍ଖଳାର ସହ ପାଳନ ହେବ ତାହା ଏବେ ପୋଲିସ ପ୍ରଶାସନ ପାଇଁ ଆହ୍ବାନ ହୋଇଛି ।